Odisha news

ଉତ୍ତର ଓଡ଼ିଶାରେ ସ୍ଥଳଭାଗ ଛୁଇଁବା ଆଶଙ୍କା

0

ଭୁବନେଶ୍ୱର, ୧୪।୫ : ବଙ୍ଗୋପସାଗରରେ ଘନଉଛି ବାତ୍ୟା । ୨୪ ଘଣ୍ଟା ମଧ୍ୟରେ ଅବପାତ । ୪୮ ଘଣ୍ଟାରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ । ପରେ ଭୟଙ୍କର ବାତ୍ୟା ରୂପ ନେବା ସହ ପଶ୍ଚିମବଙ୍ଗ ସୀମାନ୍ତ ଏବଂ ଉତ୍ତର ଓଡ଼ିଶା ଉପକୂଳ ସ୍ଥଳଭାଗ ଛୁଇଁବା ଆଶଙ୍କା କରିଛନ୍ତି ପାଣିପାଗ ବିଶେଷଜ୍ଞ । ତେବେ ୧୬ତାରିଖ ପରେ ଏହାର ସ୍ପଷ୍ଟ ଚିତ୍ର ଜଣାପଡିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବଳୟ ଅଧିକ ବଳ ଜୁଟାଉଛି । ଏହା ଆସନ୍ତା ୨୪ଘଣ୍ଟା ମଧ୍ୟରେ ଡିପ୍ରେସନ୍‌ ରୂପ ନେବା ପରେ ୧୬ତାରିଖ ସୁଦ୍ଧା ଘୂର୍ଣ୍ଣିଝଡରେ ପରିଣତ ହେବ । ଘୂର୍ଣ୍ଣିଝଡ ୧୮ତାରିଖ ବେଳକୁ ଏହା ଉତ୍ତର ଦିଗରେ ଗତି କରି ଉତ୍ତର- ଉତ୍ତରପୂର୍ବ ବଙ୍ଗୋପସାଗରରେ ଅଧିକ ଘନିଭୂତ ହୋଇ ଭୟଙ୍କର ବାତ୍ୟା ରୂପ ନେଇପାରେ ।

Leave A Reply