Odisha news

ଆଜିର ସମୟରେ ସାଇକେଲ

0

By suvendra pattanaik: କରୋନା ଭୁତାଣୁ ଆଜି ସାରା ବିଶ୍ୱରେ ଆତଙ୍କ ଖେଳାଇଛି । ଅକାଳରେ ଗଡିପଡୁଛି ଅନେକ ଅମୂଲ୍ୟ ଜୀବନ । ବିଶ୍ୱର ଅନେକ ବଡ ବଡ ଦେଶରେ ଦିନକୁ ଦିନ ମୃତୂ୍ୟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନା ଭୁତାଣୁ ର ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ଭାରତରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି । ଲକଡାଉନ ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି ସତ କିନ୍ତୁ ବାୟୁମଣ୍ଡଳ ପ୍ରଦୃଷଣ ରୁ ଅନେକାଶଂରେ ବର୍ତ୍ତିଯାଇଛି । କଳକାରଖାନା ନିର୍ମାଣ ଶିଳ୍ପ ଗାଡିମଟର ପରିବହନ ଅଫିସ୍ ସପିଂମଲ ବଜାର ସବୁ ଆଜି ବନ୍ଦ । ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଆଡ ଆଜି ନୀରବ ନିଃଶବ୍ଦ । ଜରୁରୀ କାର୍ଯ୍ୟରେ ଆଖପାଖକୁ ଯିବା ଆସିବା ପାଇଁ ଲୋକେ ସାଇକେଲ କୁ ଉପଯୁକ୍ତ ମନେ କରୁଛନ୍ତି । ଲକଡାଉନ୍ରେ ସାଇକେଲ ଚାଳକଙ୍କ ପାଇଁ ସେମିତି କୌଣସି କଠୋର ନିୟମ କରାଯାଇନାହିଁ । ଘର କଣରେ ଧୂଳି ଖାଇଥିବା ସାଇକେଲ ଆଜି ଚାହିଦା ମେଣ୍ଟାଉଛି । ରାସ୍ତା ଘାଟରେ ଏବେ ସାଇକେଲ ବହୁଳ ଭାବରେ ଦେଖିବାକୁ ମିଳୁଛି । ସତ କହିବାକୁ ଗଲେ ସାଇକେଲ ଚଲେଇବାର ମଜା ବେସ୍ ନିଆରା । ବିନା ଖର୍ଚ୍ଚରେ ଯାତାୟତ ଓ ଜିନିଷ ପତ୍ର ବୁହାବୁହି କରିବା ଖୁବ୍ ସହଜ । ବତ୍ତର୍ମାନ ସମୟରେ ସାଇକେଲ ଚଲାଇବା ଆମ ସମସ୍ତଙ୍କ ପାଇଁ ନିତ୍ୟାନ୍ତ ଜରୁରୀ । ଶାରୀରିକ ବ୍ୟାୟମ ହେବା ସହିତ ପରିବେଶ କୁ ପ୍ରଦୃଷଣରୁ ମୁକ୍ତ ରଖି ପାରିବା । ସୌଖିନ ଜୀବନ ଶୈଳି ଅଳସୁଆ ମନୋବୃତ୍ତି ଯୋଗୁ ଲୋକ ଆଉ ସାଇକେଲ ଚଲେଇବାକୁ ମନ ବଳାଉ ନାହାନ୍ତି । ପୂର୍ବର ପିଲାମାନେ କଲେଜରେ ନୂଆ କରି ପାଦ ଦେଲେ ପିତାମାତା ନୂଆ ସାଇକେଲଟିଏ ଉପହାର ଦେଉଥିଲେ । ସମୟର ପରିବର୍ତ୍ତନ ଧାରାରେ ଆଜି ସବୁକିଛି ବଦଳି ଯାଇଛି । ସନ୍ତାନର ଦାବୀ ମୁତାବକ ପିତାମାତା ନୂଆ ଗାଡି ଖଣ୍ଡେ ଧରେଇ ଦେଉଛନ୍ତି । ଅନେକ ପରିବାରର ପିଲାମାନେ ତ ସ୍କୁଲ ବେଳୁ ଗାଡି ଧରିଲେଣି । ଛକ ବଜାରରେ ଛୋଟ ମୋଟ କାମଟେ ପଡିଲେ ପିଲା ଗାଡି ଖୋଜୁଛନ୍ତି ।


ଡେନମାର୍କର ରାଜଧାନୀ କେପେନହେଗନ କୁ ସାଇକେଲ ଚାଳକଙ୍କ ସହର ବୋଲି କୁହାଯାଏ । କେପେନହେଗନ ଏପରି ଏକ ସହର ଯେଉଁଠି ଘର ଠାରୁ ୫ଗୁଣା ଅଧିକ ସାଇକେଲ ଦେଖିବାକୁ ମିଳେ । ଷାଠିଏ ହଜାର ଜନସଂଖ୍ୟା ବିଶିଷ୍ଠ ଏଇ ସହରରେ ୪୦୦କିଲୋମିଟର ସଡକ କେବଳ ସାଇକେଲ ଚାଳକ ପାଇଁ ସ୍ୱତନ୍ତ୍ର ଭାବେ ତିଆରି କରାଯାଇଛି । ଏହି ଦେଶର ୫୨% ଲୋକ ନିୟମିତ ସାଇକେଲ ଚଲାଇଥାାନ୍ତି । ବିଶ୍ୱ ବଜାରରେ ତୈଳ ଦର ଉତ୍ଥାନ ପତନ ଏଠାକାର ଲୋକଙ୍କ ଉପରେ ସେପରି କୌଣସି ପ୍ରଭାବ ପଡିନଥାଏ । ଏମିତି ଅନ୍ୟ ଏକ ଉଦାହରଣ ସୃଷ୍ଟି କରିଛନ୍ତି ନେଦରଲାଣ୍ଡ ବାସୀ । ଏଠାକାର ରାସ୍ତାରେ ସାଇକେଲ ବହୁଳ ମାତ୍ରାରେ ଦେଖିବାକୁ ମିଳେ । ନେଦରଲାଣ୍ଡର ଆମଷ୍ଟରଡାମ ସହରର ଲୋକ ଗାଡି ଅପେକ୍ଷା ସାଇକେଲକୁ ଅଧିକ ଅଗ୍ରାଧୀକାର ଦେଇଥାନ୍ତି । ଏଠାକାର ଜନସଂଖ୍ୟା ତୁଳନାରେ ସାଇକେଲ ର ସଂଖ୍ୟା ଢେର ଅଧିକ । ନେଦରଲାଣ୍ଡ ସରକାର ସାଇକେଲ ଚାଳକଙ୍କ ପାଇଁ ବିସ୍ତୃତ ଲେନ ପ୍ରସ୍ଥୁତ କରିଛନ୍ତି । ସେହିପରି ନେଦରଲାଣ୍ଡ ର ବର୍ଲିନ ବି ଗାଡିମଟର ଅପେକ୍ଷା ସାଇକେଲ ଅଧିକ ଦେଖିବାକୁ ମିଳେ । ଏହି ସହରରେ ଦୌନିକ ୭୮% ସାଇକେଲରେ ଯାତାୟତ କରେ । ବେଲଜିୟମରେ ୪୮% ଲୋକ ସାଇକେଲ ଚଳାଉ ଥିବା ବେଳେ ଜାପାନରେ ୫୮% ସାଇକେଲ ଚଳାନ୍ତି । ଫିନଲାଣ୍ଡରେ ୭୮% ଲୋକ ସାଇକେଲ ଚଳାଉଥିବା ବେଳେ ଆମ ଦେଶରେ ମାତ୍ର ୧୦% ଲୋକ ସାଇକେଲ ବ୍ୟବହାର କରନ୍ତି । ଭାରତ ପରି ଜନବହୁଳ ଦେଶରେ ସାଇକେଲର ଚାହିଦା କମିବା ନିଶ୍ଚିନ୍ତ ରୁପେ ଏକ ଚିନ୍ତାଜନକ ବିଷୟ ।
ସାଇକେଲ ଚଳାଇବା ଏକ ଶାରୀରକ ବ୍ୟାୟାମ କୁ ବୁଝାଏ । ସାଇକେଲ ଚଳାଇଲେ ଦେହ ମନ ଫୁର୍ତ୍ତି ରହିବା ସହିତ ହାଡ ମାସଂପେଶୀ ଶକ୍ତ ହୁଏ । ହୃତପିଣ୍ଡ କାର୍ଯ୍ୟକ୍ଷମତା ବୃଦ୍ଧି ପାଇବା ସହିତ ରକ୍ତ ସଂଚାଳନ ସଠିକ ଭାବରେ ହୁଏ । ମେଦ ବହୁଳ ରୋଗୀ ନିୟମିତ ସାଇକେଲ ଚଳାଇଲେ ଶରୀରରୁ ମେଦ ଭାଗ ହ୍ରାସ ପାଏ । ବ୍ୟସ୍ଥମୟ ଜୀବନରେ ଆମେ ଆମ ଶରୀର କୁ ଆଦୌ ଧ୍ୟାନ ଦେଇ ପାରୁନ । ସାଇକେଲରେ ଆମକୁ ଦୁଇ ଆଡୁ ଫାଇଦା ମିଳେ ଶାରୀରିକ ପରିଶ୍ରମ ହେବା ସହିତ ନିଜ କାର୍ଯ୍ୟଟି ବିନା କୌଣସି ଖର୍ଚ୍ଚରେ ହୋଇପାରେ । ସାଇକେଲ ଚଳାଇଲେ ମନ ଫୁର୍ତ୍ତି ଲାଗେ ଓ ମନରେ ନୂତନ ଆଗ୍ରହ ଉସôାହ ବୃଦ୍ଧିପାଏ । ମନର ବିଷାଦ ଭାବନା ଦୂରେଇ ଯିବା ସହିତ ଚାପ ମୁକ୍ତ ହୁଏ ତା ସହିତ ସୃଜନାତ୍ମକ ଚିନ୍ତାଧାରା ବଦ୍ଦିତ ହୁଏ । ସାଇକେଲ ଚଳାଇଲେ ରାସ୍ତାର ଗାଡି ଗହଳିର ଚିନ୍ତା ରୁହେନି । ସାଇକେଲ ଚାଳକଙ୍କୁ ତୈଳ ଦର ବୃଦ୍ଧିର କୌଣସି ଫରକ ପଡେନି । ପରିବେଶ ପ୍ରଦୃଷଣକୁ ମୁକ୍ତ ରଖି ରଖିବାର ସାଇକେଲ ଚଳାଇବା ଏକ ସୁନ୍ଦର ଆଉ ସରଳ ମାଧ୍ୟମ । ଗାଡିମଟରରୁ ନିର୍ଗତ ବିଶାକ୍ତ ଧୂଆଁ ଧୂଳି ଗ୍ୟାସ ପ୍ରବଳ ମାତ୍ରାରେ ବାୟୁମଣ୍ଡଳକୁ ପ୍ରଦୃଷିତ କରୁଛି । ଯାହାକୁ ଆମେ ନିଜେ ହିଁ ନିଶ୍ୱାସରେ ଗ୍ରହଣକରି ଅନେକ ପ୍ରକାର ରୋଗରେ ସମ୍ମୁଖିନ ହେଉଛ । ଆଜି ଏ ଲକଡାଇନ ସମୟକୁ ଦୃଷ୍ଟିରେ ରଖି ବାଧ୍ୟବାଧକରେ ଆମେ ସାଇକେଲ ଚଲେଉଛୁ । ସମୟ ଯାହା ଦର୍ଶାଉଛି ଅନ୍ୟ ସମୟରେ ବି ସାଇକେଲ କୁ ଅଧିକ ଗୁରୁତ୍ୱ ଦେବାକୁ ହେବ । ଆମ ଭାରତର ଜନସଂଖ୍ୟା ଦିନକୁ ଦିନ ଦୃତ ବେଗରେ ବୃଦ୍ଧି ପାଇବାକୁ ଲାଗିଛି । ତା ସହିତ ତାଳ ଦେଇ ଗାଡିମଟର କଳକରଖାନା ବି ବୃଦ୍ଧି ପାଉଛି । ଏହାର କୁପ୍ରଭାବ ଆମ ପରିବେଶ କେତେ ମାତ୍ରାରେ ପଡୁଛି ଆମେ ନିଜେ ହୃଦୟଙ୍ଗମ କରିସାରିଲୁଣି । ସମୟ ଆସି ଯାଇଛି ନିଜକୁ ବଦଳାଇବାର ଓ ନିଜ ଦୃଷ୍ଟିକୋଣ ବଦଳାଇବାର । ପରିବେଶ ଆମର ଓ ଏହାର ଯତ୍ନ ନେବା ଦାୟିତ୍ୱ ବି ଆମର ଏବେ ଠାରୁ ସଜାଗ ନହେଲେ ଆଗାମୀ ଦିନରେ ଆହୁରି ଅନେକ ସମସ୍ୟା ଆମ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବ ।

Leave A Reply