Odisha news

ତାଳଚେରରେ ଜାରି ହେଲା କର୍ଫୁ ପୋଲିସ୍ ର ସନ୍ଧ୍ୟାକାଳୀନ ଫ୍ଲାଗ୍ ମାର୍ଚ୍ଚ

0

ତାଳଚେର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଦେ୍ର୍ଦଶ କ୍ରମେ ଶିଳ୍ପନଗରୀ ତାଳଚେରରେ ସଦର ପୋଲିସ୍ ପକ୍ଷରୁ ଆଜି ସନ୍ଧ୍ୟାରେ ଶତାଧିକ ପୋଲିସ୍ ଫ୍ଲାଗ୍ମାର୍ଚ୍ଚ କରିଥିବା ଦେଖିବାକୁ ମିଳିଛି । ଅନୁଗୋଳ ଜିଲ୍ଲାପାଳ ମନୋଜ ମହାନ୍ତିଙ୍କ ନିଦେ୍ର୍ଦଶ କ୍ରମେ ଏହାର ଅନୁପାଳନ ନିମନ୍ତେ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ବିଜ୍ଞପ୍ତି ଅନୁଯାୟୀ ସିଆରପିସି ଧାରା ୧୪୪ ଅନୁସାରେ ଅନୁଗୋଳ ଜିଲ୍ଲାରେ ତାଲା ବନ୍ଦ ସନ୍ଧ୍ୟା ୭ ଘଟିକା ରୁ ସକାଳ ୭ ଘଟିକା ପର୍ଯ୍ୟନ୍ତ କର୍ଫୁ୍ୟ କାର୍ଯ୍ୟକାରୀ କରାଗଲା ।

ଏହି ପରିପ୍ରେକ୍ଷୀରେ ତାଳଚେରର ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ତାଳଚେର ପୋଲିସ୍ ଜରୁରୀ କାର୍ଯ୍ୟ ନଥିଲେ କୌଣସି ବ୍ୟକ୍ତି ବିଶେଷ ଗମନାଗମନ ଓ ଯାତାୟତ ପାଇଁ ନିଷେଧ କରାଗଲା ବୋଲି ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରିଥିଲେ । ଉପରୋକ୍ତ ନିଦେ୍ର୍ଦଶନାମା ଉଲଙ୍ଘନ କରାଗଲେ ଭାରତୀୟ ପିଙ୍ଗଳ କୋଡ ଧାରା ୧୮୮ ଅନୁଯାୟୀ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ କରାଯିବ ।

ଏହାକୁ ନେଇ ତାଳଚେର ସଦର ପୋଲିସ୍ ଆଜି ସନ୍ଧ୍ୟା ସମୟରେ ଶତାଧିକ ପୋଲିସ୍ ବାହିନୀକୁ ନେଇ ଡାକବାଜି ଯନ୍ତ୍ର ଦ୍ୱାରା ଅଂଚଳବାସୀଙ୍କୁ ସଚେତନ କରାଇବା ସହ ଶତାଧିକ ପୋଲିସ୍ କର୍ଫୁ୍ୟ ମାର୍ଚ୍ଚ ଦେଖିବାକୁ ମିଳିଥିଲା । ଫଳରେ ସମଗ୍ର ତାଳଚେର ସହର ଶୂନଶାନ ହୋଇଥିବା ଖବର ହସ୍ତଗତ ହୋଇଥିଲା ।

Leave A Reply