ଆଣ୍ଠୁ ଗଣ୍ଠି ସହିତ ବିଭିନ୍ନ ହାଡ ଜନିତ ସମସ୍ୟା ରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ଯଦି ଏହିସବୁ ଜିନିଷ ଠାରୁ ଦୂରେଇ ରୁହନ୍ତୁ
ସବୁ ରୋଗରେ କିଛି ନା କିଛି ସାବଧାନତା ଅବଲମ୍ବନ କରିବା ଉଚିତ୍ । କାରଣ ଅଧିକ କଷ୍ଟ ପାଇବାରୁ ନିଜକୁ ରକ୍ଷା କରାଯାଇ ପାରିବ । ଆଣ୍ଠୁ ଗଣ୍ଠି ସମ୍ବନ୍ଧୀୟ ସମସ୍ୟା ମଧ୍ୟ ସେହିପରି। ଆଣ୍ଠୁ ଗଣ୍ଠି ସମ୍ବନ୍ଧୀୟ ସମସ୍ୟା ରେ ଆମ ଗଣ୍ଠି ଗୁଡ଼ିକ ଯନ୍ତ୍ରଣା ହେବା ସହିତ ଫୁଲି ଯାଇଥାଏ । ଯାହାଦ୍ଵାରା ଆମର ଚାଲିବାକୁ ମଧ୍ୟ ଅସୁବିଧା ହୋଇଥାଏ । ଆଗରୁ ଏହି ସମସ୍ୟା କେବଳ ବୟସ୍କ ମାନଙ୍କ ପାଖରେ ଦେଖିବାକୁ ମିଳୁଥିଲା। କିନ୍ତୁ ଆଜିକାଲି ଏହା ଗୋଟିଏ ସାଧାରଣ ସମସ୍ୟା ଭାବରେ ସବୁ ବର୍ଗର ଲୋକଙ୍କ ପାଖରେ ଦେଖାଯାଉଛି ।
ଆସନ୍ତୁ ଜାଣିବା ଏହି ସମସ୍ୟା ରେ ପୀଡ଼ିତ ବ୍ୟକ୍ତିମାନେ କେଉଁ କେଉଁ ଜିନିଷ ଠାରୁ ଦୂରେଇ ରହିବା ଉଚିତ୍ ।
* ଚିନି ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଚିନି ଖାଇବା ଦ୍ୱାରା ଶରୀରରେ ସାଇଟୋକାଇନ୍ସ ନାମକ କେମିକାଲ ଉତ୍ପନ୍ନ ହୋଇଥାଏ । ଯାହା ଫଳରେ ଆଣ୍ଠୁ ଗଣ୍ଠି ସମ୍ବନ୍ଧୀୟ ସମସ୍ୟା ଦେଖାଦିଏ ।
* ଆଣ୍ଠୁ ଗଣ୍ଠି ରୋଗୀମାନେ ଡବାରେ ପ୍ୟାକ୍ ଖାଦ୍ୟ ଖାଇବା ଉଚିତ୍ ନୁହେଁ । କାରଣ ଏଥିରେ ଦିଆ ଯାଇଥିବା ପ୍ରିଜର ଭେଟିବ ଶରୀର ପାଇଁ କ୍ଷତିକାରକ । ତେଣୁ ଏହା ଆଣ୍ଠୁ ଗଣ୍ଠି ସମସ୍ୟା ବଢ଼ାଇଥାଏ ।
* ଆଣ୍ଠୁ ଗଣ୍ଠି ରୋଗୀମାନେ କୌଣସି ଥଣ୍ଡା ଜିନିଷ ଖାଇବା ଉଚିତ୍ ନୁହେଁ । ଏପରିକି ପ୍ରିଜ୍ ରେ ଥିବା ଜିନସ ମଧ୍ୟ ନ ଖାଇବା ଉଚିତ୍। ଏହାଦ୍ବାରା ଯନ୍ତ୍ରଣା ଅଧିକ ହୋଇଥାଏ।
* କୌଣସି ସୁସ୍ଥ ବ୍ୟକ୍ତି ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ । କାରଣ ଅଧିକ ଲୁଣର ପ୍ରଭାବ ହାଡ ଉପରେ ପଡିଥାଏ । ଏହା ଶରୀରର ହାଡ କୁ ଦୁର୍ବଳ କରିପକାଏ ।

Comments are closed.