Odisha news

ଗ୍ରୀଷ୍ମ କାଳୀନ ବଲ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଶିବିର

0
ତା ୭/୫/୨୩ କଟକ : କଟକ ଜିଲ୍ଲା ବଲ ବ୍ୟାଡମିଣ୍ଟନ ସଙ୍ଘ ପକ୍ଷରୁ ଦେୟମୁକ୍ତ ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର ଆଜି ବିଡାନାସୀ ଖେଳପଡିଆଠାରେ ଉଦଘାଟିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଓଡିଶା ଆର୍ଚେରୀ ଆସୋସିଏସନର ସମ୍ପାଦକ ସମ୍ପର୍ଣ୍ଣାନନ୍ଦ ଦାସ,ଅତିଥି କଟକ କ୍ରୀଡ଼ା ଭାରତୀ ସମ୍ପାଦକ ତୁଷାରକାନ୍ତ ସିଂ ଏବଂ ସଙ୍ଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ଶିବିରରେ ଚତୁର୍ଥ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ତଥା (୧୪,୧୬ ଏବଂ ୧୯ ବର୍ଷ)ରୁ କମ୍ ମୋଟ ୧୦୨ ଜଣ ଛାତ୍ରଛାତ୍ରୀ ଏବଂ ଖେଳାଳୀ ନିଜର ନାମ ପଞ୍ଜିକରଣ କରିଥିବା ବେଳେ ଚଳିତ ମାସ ୨୧ ତାରିଖ ପର୍ଯ୍ୟନ୍ତ ବିଡାନାସୀ ଖେଳପଡିଆ ଏବଂ ଜଗତପୁର ଗ୍ରାମ ଖେଳପଡିଆରେ ପ୍ରତ୍ୟେକ ଦିନ ସକାଳ ୬ଟା ରୁ ୮ଟା ଏବଂ ସନ୍ଧ୍ୟା ୪ଟା ରୁ ୬ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦିଆଯିବାର ଜିଲ୍ଲା ସମ୍ପାଦକ ଅଜୟ କୁମାର ସାହୁ ପ୍ରକାଶ କରିଛନ୍ତି।

Leave A Reply