କଟକ( *Rajesh Kumar Lenka* ): – ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ “ବିଷ୍ନୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ-ଓଡ଼ିଶା”(ବିସିଟି)ର ୬ଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ଚଳିତବର୍ଷ ଡିସେମ୍ବର ୧୫ ତାରିଖରେ ଯାଜପୁର ଜିଲ୍ଲା ବରୀ ବ୍ଲକ କିମ୍ଭୀରିଆପାଳ ପଂଚାୟତ ଉପକଣ୍ଠ ଜଳେଶ୍ବର ବ୍ରହ୍ମପୁର ନୋଡାଲ ସ୍କୁଲ,ଧୋବାତୋଟା ଠାରେ କରୋନା କଟକଣା ପାଳନ ପୂର୍ଵକ ବିଭିନ୍ନ ସେଵାକାର୍ଯ୍ୟ ଯଥା ଧର୍ମପରାୟଣା ସ୍ୱର୍ଗତା ବିଷ୍ଣୁପ୍ରିୟା ଦେବୀଙ୍କ ଶ୍ରାଦ୍ଧ ଦିବସ ପାଳନ,ରକ୍ତଦାନ ଶିବିର(ଜୀବନ ସ୍ରଷ୍ଟା କାର୍ଯ୍ୟକ୍ରମ),ଅଙ୍ଗଦାନ ଶିବିର, ସାରସ୍ୱତ ସମ୍ବର୍ଦ୍ଧନା ପର୍ଵ,ପତ୍ରପତ୍ରିକା ଉନ୍ମୋଚନ ପାଳିତ ହେବାକୁ ଯାଉଅଛି !
ଏହି ରକ୍ତଦାନ ଶିବିରରେ ରେଡ଼କ୍ରସ କଟକ ଶାଖା,ଯାଜପୁର ଜିଲ୍ଲା ରକ୍ତ ଭଣ୍ଡାର କର୍ମକର୍ତ୍ତା ଯୋଗଦେବାସହ ଭାରତ ଶରୀର ଓ ଅଂଗଦାନ ସମିତି(ବଡ଼ି)ର ବରେଣ୍ୟ ସଭାପତି ବିଶିଷ୍ଟ ସମାଜସେବୀ ସାମ୍ବାଦିକ ଡ଼ଃ. ପ୍ରଭାସ ଆଚାର୍ଯ୍ୟ ଯୋଗଦାନ କରି ଅଂଗଦାନ ଉପରେ ଜନସାଧାରଣଙ୍କୁ ସଚେତନତା,ଆଲୋଚନା ଚକ୍ର ଅନୁଷ୍ଠିତ ହେବାର ବ୍ୟବସ୍ଥା ରହିଛି ! ଟ୍ରଷ୍ଟ ପକ୍ଷରୁ ଏହି ସେବାକାର୍ଯ୍ୟରେ ଜନସାଧାରଣ ଉପସ୍ଥିତ ରହି ରକ୍ତଦାନ,ଅଂଗଦାନ ମହାସେବା ଶିବିରକୁ ସାଫଲ୍ୟ ମଣ୍ଡିତ କରିବାକୁ ନିବେଦନ କରାଯାଇଛି !