Odisha news

ଉତ୍କଳ ବିକାଶ ପରିଷଦ’ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

0

କଟକ – କଟକର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ” ପକ୍ଷରୁ କଟକ ସଦର ଉପକଣ୍ଠ ଗୋପାଳପୁର ୱାର୍ଡ ନମ୍ବର -୫୭ ବୁଢୀ ମଙ୍ଗଳା ଠାକୁରାଣୀ ପୀଠରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି !

ଏହି ମହାନ ସେବାକାର୍ଯ୍ୟରେ ପରିଷଦ ପକ୍ଷରୁ କର୍ମକର୍ତ୍ତାଵର୍ଗ ଯଥା ଚିତ୍ତରଞ୍ଜନ ମହାପାତ୍ର, ଵିଜୟ କୁମାର ରାଉତ, ଚନ୍ଦ୍ରକାନ୍ତ ଜେନା,  ସଜଂୟ ସିଂହ, ରଂଜନ କୁମାର ସାମଲ,ପୂଜକ ପ୍ରଦୀପ୍ତ ରଥ,ଅମଲ ଭଟ୍ଟାଚାର୍ଯ୍ୟ, ମନମୋହନ ସାମଲ,ସୁନୀତ୍ ରଜଂନ ଦୀକ୍ଷିତ,କାହ୍ନୁ ସାମଲ,ଅମିତ କୁମାର ବେହେରା, ଉଦୟ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସାମାଜିକ ଦୂରତା ବଜାଇରଖି ବୃକ୍ଷରୋପଣ କରିଥିଲେ !

ଆଗାମୀ ଦିନମାନଙ୍କରେ ବୃକ୍ଷରୋପଣ,ରକ୍ତଦାନ  ଆଦି ସମସ୍ତ ସେବାକାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଜନସାଧାରଣଙ୍କୁ ନିଵେଦନ କରିଛନ୍ତି ! ପରିଷଦର ଏପରି ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମକୁ ସାଧାରଣରେ ଉଚ୍ଚ ପ୍ରସଂଶା କରାଯାଇଛି !

Nalco
Leave A Reply