Odisha news

ଘାସ ଫୁଲ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା କଟକର ୩୦ ୱାର୍ଡ ସାନିଟାଇଜେସନ

0
କଟକ : ଘାସ ଫୁଲ ଚାରିଟେବୁଲ ଟ୍ରଷ୍ଟ (ସାମାଜିକ, ସଂସ୍କୃତିକ ଓ ଉପଭୋକ୍ତା ସଚେତନ) ଚାରିଟେବୁଲ ଟ୍ରଷ୍ଟ କଟକ, ଦି ବ୍ରେନ ଫାଉଣ୍ଡେସନ ଏବଂ ପଣ୍ଡା ମେଡ଼ିକାଲ ସେଣ୍ଟରର ମିଳିତ ଉଦ୍ୟମରେ କରୋନା ମହାମାରୀ (Covid -19) ସମୟରେ କଟକ ୱାର୍ଡ ନମ୍ବର ୩୦ ପରିସରକୁ ବିଶୋଧନ କରିବା ସହିତ ସମଗ୍ର ୱାର୍ଡ ଭିତରରେ ବିଲଚିଂ ମଧ୍ୟ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଘାସ ଫୁଲ ଟ୍ରଷ୍ଟର ସଭାପତି ଶିଶୁ ରୋଗ ବିଶେଷଜ୍ଞ ଡ଼ଃ ମଙ୍ଗଳ ଚରଣ ମୁର୍ମୁ ଉଦ୍ଘାଟନ କରିଥିଲେ।କଟକ ମୁନିସିପାଲ କର୍ପୋରେସନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ସତ୍ୟବ୍ରତ ମହାପାତ୍ର ୩୦ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ନରୋତ୍ତମ ଦାସ ଏବଂ ନମିତା ଦାସ ସଂମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ଘାସଫୁଲର ଏହି ସାମାଜିକ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ।
ଟ୍ରଷ୍ଟର ସମ୍ପାଦକ ସମ୍ବିତ କର ,ଉପ ସଭାପତି ଲାଲଟେନ୍ଦୁ ପ୍ରଧାନ ଓ ସହ ସମ୍ପାଦକ ମନୋରଞ୍ଜନ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଥା ଘାସଫୁଲ ଟ୍ରଷ୍ଟର ବରିଷ୍ଠ ସଦସ୍ୟ ସୁଦୀପ୍ତ କୁମାର ଦାସ,ସଞ୍ଜୀବ ଚକ୍ରବର୍ତ୍ତୀ,ବିଶ୍ୱରଂଜନ ଦାସ, ମନୋରଞ୍ଜନ ପଣ୍ଡା, ଅଜିତ ମହାନ୍ତି, ତପସ୍ୱିନୀ ସିହ୍ନ।,ଗିରିଜା ଶଙ୍କର ପଣ୍ଡା, ବ୍ରଜେନ୍ଦୁ ସିହ୍ନ।,ସୁଶ୍ରୀ ଆକାଂକ୍ଷା ପ୍ରଧାନ, ଡାକ୍ତର ସମ୍ରାଟ କର, ପ୍ରକାଶ ମହାପାତ୍ର,ପ୍ରଭାତ ଦାସ, ତଥା ସାହିର ଉତ୍ସାହୀ ଯୁବକ ମନୋରଞ୍ଜନ ପ୍ରଧାନ,ଚନ୍ଦନ ଭଞ୍ଜ, ରବିନ୍ଦ୍ର କୁମାର ବେହେରା ଓ ଅନ୍ୟମାନେ ଉପସ୍ଥିତ ରହି ବିଶୋଧନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଟ୍ରଷ୍ଟର ଉକ୍ତ ସାମାଜିକ କାର୍ଯ୍ୟକ୍ରମକୁ ସାହିର ବାସିନ୍ଦାମାନେ ପ୍ରଶଂସା କରିବା ସହିତ ସଦସ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Leave A Reply