Odisha news

କଟକର ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନ (AHPGIC) ରେ ଶିଶୁ ରୋଗୀଙ୍କ ପାଇଁ ଶିଶୁ ପାଠାଗାର

0

ଭୁବନେଶ୍ଵର, ୧୬/୧୦/୨୦୨୫: ଚିକିତ୍ସାରତ ଶିଶୁ ରୋଗୀଙ୍କ ପାଇଁ କଟକର ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନ (AHPGIC)ର ପୁରୁଣା କୋଠାରେ ପ୍ରଥମ ମହଲାରେ ଏକ ଶିଶୁ ପାଠାଗାର ପ୍ରତିଷ୍ଠିତ କରାଯାଇଛି ।

ଶିଶୁ ମାନଙ୍କୁ ଚିକିତ୍ସା ମଧ୍ୟରେ ଶିଖିବା ପାଇଁ ଏହି ଶିଶୁ ପାଠାଗାରର ପରିକଳ୍ପନା କରାଯାଇଥିଲା ଯାହା ଏବେ ସଫଳ ରୂପ ଧାରଣ କରିଛି । ଏହି ପାଠାଗାରରେ ଶିଶୁଙ୍କ କାହାଣୀ ପୁସ୍ତକ, ଚିତ୍ର ପୁସ୍ତକ, କମିକ୍ସ, ରଙ୍ଗ ସାମଗ୍ରୀ, ଖେଳ ସାମଗ୍ରୀ ଏବଂ ଡିଜିଟାଲ୍ ଶିକ୍ଷଣ ଉପକରଣ ଶିଶୁମାନଙ୍କ ପାଇଁ ହସ୍ପିଟାଲ ପରିସରରେ ଏକ ଶିକ୍ଷଣୀୟ ପରିବେଶ ସୃଷ୍ଟି କରୁଛି ।

ଏହି ପଦକ୍ଷେପ ଦ୍ଵାରା ଶିଶୁ ରୋଗୀଙ୍କ ଚିକିତ୍ସା ଆବଶ୍ୟକତା ସହ ସେମାନଙ୍କର ମାନସିକ ଏବଂ ଭାବପ୍ରବଣ ସୁସ୍ଥତା ଉପରେ ମଧ୍ୟ ଧ୍ୟାନ ଦିଆ ଯାଉଛି। ସୃଜନଶୀଳତା ଏବଂ ଶିକ୍ଷାକୁ ଉତ୍ସାହିତ କରି ଶିଶୁ ରୋଗୀଙ୍କ ମଧ୍ୟରେ ସକାରାତ୍ମକତା ଏବଂ ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ସାହାଯ୍ୟ କରେ।

ହସ୍ପିଟାଲ ପାଠାଗାର ରେ ତାଲିମପ୍ରାପ୍ତ କାଉନସିଲର ଏବଂ କର୍ମଚାରୀମାନେ ପିଲାମାନଙ୍କୁ ପଠନ, କାହାଣୀ କହିବା ଏବଂ ଇଣ୍ଟରାକ୍ଟିଭ୍ ଅଧିବେଶନରେ ମନୋନିବେଶ କରିବାରେ ସହାୟତା କରୁଛନ୍ତି ।

IEC 2 years
Leave A Reply