ରାୟଗଡା,୨୧ ।୬( rabindra patkhandal)- ରାୟଗଡା ସହରସ୍ଥିତ ସିଆରପିଏଫ ୪ର୍ଥ ବାଟାଲିୟନ କ୍ୟାମ୍ପ ପରିସରରେ ଆର୍ନ୍ତଜାତୀୟ ଯୋଗ ଦିବସ ପାଳନ ହୋଇଯାଇଅଛି । ଯୋଗଗୁରୁ ରାଜେଶ କୁମାର, ଡା ସୁରେନ୍ଦ୍ର ବେହେରା (ପତଜଂଳୀ ପରିବାର ) ଏନ.ପି.ସିଂ (ଗାୟତ୍ରୀ ପରିବାର ) ସିଆରପିଏଫ ଜବାନ ମାନଙ୍କୁ ଯୋଗ ଶିକ୍ଷା ଦେଇଥିଲେ ।
ଯୋଗ କରିବା ଦ୍ୱାରା ଶରୀର ଉପରେ ଏହା କିପରି ପ୍ରଭାବ ପକାଇଥାଇ ସେ ନେଇ ଯୋଗ ଗୁରୁ ମାନେ ବୁଝାଇଥିଲେ । ଏଥି ସହ ବ୍ୟସ୍ତବହୁଳ ଜୀବନରେ କିଛି ସମୟ ବାହାର କରି ଯୋଗ କରିଲେ ମଣିଷ ସୁସ୍ଥ ଜୀବନ ଯାପନ କରିବା ଦ୍ୱାରା ଦୀର୍ଘମୟ ହୋଇଥାଏ ବୋଲି ପ୍ରକାଶ କରିଥିଲେ ଯୋଗଗୁରୁ । ସେକେଣ୍ଡ ଇନ କମାଣ୍ଡେଟ ମିତୁ ରୟ ଏବଂ ସହକାରୀ କମାଣ୍ଡେଟ ସନ୍ତୋଷ କୁମାର ମଧ୍ୟ ଜବାନ ମାନଙ୍କ ସହ ମିଶି ଯୋଗାଭ୍ୟାସ କରିଥିଲେ । ଏଥି ସହ ସିରିଗୁଡା ଗ୍ରାମ ରାସ୍ତାରେ ସିଆରପିଏଫ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।