Odisha news

ନକ୍ସଲ ଙ୍କ ସହିତ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ, CRPF ରେ ଭର୍ତି ହେବେ ଆଦିବାସୀ ଯୁବକ

0

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀମଣ୍ଡଳ ପକ୍ଷରୁ ଛତିଶଗଡ଼ ର ସୁଦୂର ବିଜାପୁର, ଦାଂତେବlଡl ଓ ସୁକମା ଜିଲ୍ଲାରେ ଭର୍ତି ପାଇଁ ମଧ୍ୟମରୁ କେନ୍ଦ୍ରୀୟ ରିଜର୍ବ ପୋଲିସ ବଳ ରେ କନଷ୍ଟେବଳ ଭାବରେ ମୂଳ ଜନଜାତି ର ଯୁବକ ମାନଙ୍କ ଭର୍ତି ପାଇଁ ଶିକ୍ଷାଗତ ଯୋଗ୍ୟତାର ଛୁଟ ଦେବା ପାଇଁ ପ୍ରସ୍ତାବ କୁ ବୁଧବାର ଦିନ ମଞ୍ଜୁରୀ ଦେଇଛନ୍ତି l ସରକାରୀ ବୟାନ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଅଧକ୍ଷତାରେ ହୋଇଥିବା କେନ୍ଦ୍ରୀୟ ମନ୍ତ୍ରୀ ମଣ୍ଡଳ ର ବୈଠକ ରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରସ୍ତାବ କୁ ମଞ୍ଜୁରୀ ଦିଆ ଯାଉଛି l

ଏଥିରେ କୁହା ଯାଇଛି ଯେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦକ୍ଷିଣ ଛତିଶଗଡ଼ ର ୩ଟି ଜିଲା ବିଜେପୁର, ଦନ୍ତେୱାଡା , ଓ ସୁକୁମା ରୁ CRPF  ରେ କନେଷ୍ଟବଳ ଭାବରେ ଏପରି ୪୦୦ ପାର୍ଥୀଙ୍କୁ ଭର୍ତି ପାଇଁ ଜରୁରୀ ନ୍ୟୁନତମ ଶିକ୍ଷାଗତ ଯୋଗ୍ୟତା ରେ ଛୁଟ ଦେଇ ଦଶମ ଶ୍ରେଣୀ ପାସ ଓ ଅଷ୍ଟମ ଶ୍ରେଣୀ ପାସ କରିବା ପାଇଁ ପ୍ରସ୍ତାବ ଦିଅ ଯାଇଥିଲା l

IEC 2 years
Leave A Reply