Odisha news

କଟକଣା କୋହଳ ପରେ ମାଛ ମାର୍କେଟରେ ଜନଗହିଳି, ଦେଖିବାକୁ କେହି ନାହିଁ

0

ବ୍ୟାସନଗର : ଲକଡ଼ାଉନ ବେଳେ ସରକାରୀ କଟକଣା ଭିତରେ ଖୋଲୁଥିବା ପ୍ରତିଷ୍ଟାନ ଏବଂ ଖାଉଟି ଯେଭଳି କଟକଣାକୁ ମାନିବାକୁ ବାଧ୍ୟ ହେଉଥିଲେ  ସାମାନ୍ୟ କୋହଳ ପରେ ଗହଳି ଲାଗୁଛି । କଟକଣା କୋହଳ ପହିଳା ତାରିଖରୁ ହେବାପରେ ବଜାରରେ ଜନଗହଳି ବଢିଯାଇଛି । ବିଶେଷକରି ମାଛ ମାର୍କେଟରେ ଏହା ଅଧିକ ଦେଖିବାକୁ ମିଳିଛିି ।

ଆଜି ମାଛମାର୍କେଟରେ ଶହଶହ ସଂଖ୍ୟାର ଲୋକ ଭିଡ଼ ଜମାଇଥିଲେ । ଅନେକ ମାସ୍କ ବିନ୍ଧି ନଥିବା ବେଳେ ସାମାଜିକ ଦୂରତା ମଧ୍ୟ ରକ୍ଷା କରିନଥିଲେ । ମାଛ ମାର୍କେଟରେ ପ୍ରବଳ ଭିଡ଼ ଦେଖିବା ପରେ ଜଣାପଡ଼ୁନଥିଲା କି ଲୋକଙ୍କ ମନରେ କରୋନା ଭୟ ଅଛି ନା ଆଗକୁ ରହିବ । କିନ୍ତୁ ଏହା ପୂର୍ବରୁ ଦେଖିବାକୁ ମିଳିନଥିଲା । ଲକଡ଼ାଉନ ସମୟରେ ମାଛ ମାର୍କେଟରେ ପୁଲିସ ଜଗି ରହୁଥିଲା । ପୁଲିସ ଭୟରେ ଲୋକେ ସାମାଜିକ ଦୂରତା ରହୁଥିଲା ଏବଂ ଲୋକେ ମାସ୍କ ପିନ୍ଧି ଆସୁଥିଲେ । କିନ୍ତୁ ଏବେ ପୁଲିସ ଦେଖିବାକୁ ନଥିବାରୁ ଲୋକେ କିଛି ମାନିବାକୁ ନାରାଜ ବୋଲି ଜଣାପଡ଼ିଯାଉଛି ।

Leave A Reply

Your email address will not be published.