Odisha news

କଦାପି ଏଭଳି ବସନ୍ତୁ ନାହିଁ, ହୋଇ ପାରନ୍ତି ଉଚ୍ଚ ରକ୍ତଚାପ ଓ ଜଏଣ୍ଟ ପେନ ସମସ୍ୟାର ସମୁଖୀନ

0

ନିକଟରେ ହୋଇଥିବା ଗୋଟିଏ ଗବେଷଣା ଅନୁସାରେ ଆମ ମାନଙ୍କ ବସିବା ଶୈଳୀ ମଧ୍ୟ ଆମକୁ ରୋଗଗ୍ରସ୍ତ କରାଇ ଥାଏ l ଯେପରିକି ଉଚ୍ଚ ରକ୍ତଚାପ ଓ ଜଏଣ୍ଟ ପେନ ଦ୍ୱାରା ଆକ୍ରାନ୍ତ ହୋଇଥାଆନ୍ତି l ଯାହା ଆଜିକାଲି ଯୁବକ ମାନଙ୍କ ନିକଟରେ ଅଧିକ ଦେଖିବାକୁ ମିଳୁଛି l କିଛି ଯୁବକ ମାନଙ୍କର ଧାରଣା ରହିଛି ଯେ ନିଜକୁ ଅଧିକ ଆକ୍ଟିଭ ରଖିବା ଦ୍ୱାରା ରୋଗ ଗ୍ରସ୍ତ ହେବେ ନାହିଁ l କିନ୍ତୁ ଗବେଷଣା କହୁଛି ଯେ ଏହା ଭୁଲ ଅଟେ l

ଆସନ୍ତୁ ଆଜି ଜାଣିବା ବସିବାର ଉପଯୁକ୍ତ ଶୈଳୀ କଣ ?
ଅଧିକାଂଶ ଲୋକ ଅଫିସ ରେ, କୌଣସି ମିଟିଂ ରେ, କିମ୍ବା ସେମିନାର ରେ ଗୋଡ଼ ଉପରେ ଗୋଡ଼ ପକାଇ ବସି ଥାଆନ୍ତି l ଯାହାକୁ କି କ୍ରସ ଲେଗ ପୋଜିସନ କୁହାଯାଏ l ଏହି ବସିବା ଶୈଳୀ ଟି ପଶ୍ଚିମ ସଭ୍ୟତା ରୁ ଆସିଛି l କିଛି ଲୋକ ଏଭଳି ବସିବା ଶୈଳୀ କୁ କନ୍ଫି ଡେଣ୍ଟ ଅନୁଭବ କରନ୍ତି l ଆଉ କିଛି ଲୋକ ନିଜସ୍ୱ ଗୋଟିଏ ଷ୍ଟାଇଲ୍ ଯୋଗୁଁ ଏଭଳି ବସି ଥାଆନ୍ତି l ସେ ଯାହାବି ହେଉନା କାହିଁକି ଏଭଳି ପୋଜିସନ ରେ ବସିବା ଶୈଳୀ ଆମ ଶରୀର ପକ୍ଷରେ ଠିକ ନୁହେଁ ବୋଲି ଗବେଷଣା କହୁଛି l

କ୍ରସ ଲେଗ ରେ ବସିବା ଦ୍ୱାରା କଣ ହୋଇଥାଏ ?

– ଯେଉଁ ବ୍ୟକ୍ତିମାନେ ଦୀର୍ଘ ସମୟ ଧରି କ୍ରସ ଲେଗ ପୋଜିସନ ରେ ବସି ରୁହନ୍ତି ସେମାନଙ୍କୁ ସାଧାରଣ ଭାବରେ ଅସୁସ୍ଥ ହେବାର ଦେଖିବାକୁ ମିଳିଥାଏ l

– ସେମାନଙ୍କ ନିକଟରେ ଲୋୟର ବ୍ୟାକ ପେନ ଦେଖିବାକୁ ମିଳେ l

– ପାଦରେ ଗଭୀର ଯନ୍ତ୍ରଣା

– ବ୍ଲଡ଼ ପ୍ରେସର ସମସ୍ୟା

– ଶରୀରରେ ବିଭିନ୍ନ ସ୍ଥାନରେ ଶିର ଟାଣୀହେବା

– ଗୋଡ଼ ର ଅନ୍ୟ ସମସ୍ୟା ଯେପରିକି ଗୋଡ଼ ଫିଲିଙ୍ଗସ ଶୂନ୍ୟ ହୋଇଥାଏ

– ଜଙ୍ଘରେ ଯନ୍ତ୍ରଣା ସହ ପାଦ କାଟିବା ଦେଖାଯାଏ l

ତେଣୁ ଯେତେ କମ ଆପଣ କ୍ରସ ଲେଗ ପୋଜିସନ ରେ ବସିବା ଆବଶ୍ୟକ l

Nalco
Leave A Reply