ଦୁନିଆରେ ଘଟିଲା ପ୍ରଥମ ଥର ! ବିନା ମେଲ୍ ପାର୍ଟନର ରେ ଏହି ଜୀବଟି ଦେଲା ଅଣ୍ଡା, ଯାହାକୁ ନେଇ ବୈଜ୍ଞାନିକ ମଧ୍ୟ ଆଶ୍ଚର୍ଯ୍ୟ
ସଂସାରର ନିୟମ ରେ ଯେତେବେଳେ ଗୋଟିଏ ଶାବକ କଥା ଆସିଥାଏ ସେତେବେଳେ ଉଭୟ ମାତା-ପିତାଙ୍କ ଉଭୟଙ୍କ ନାମ ଆସିଥାଏ, ସେ ମଣିଷ ହୁଅନ୍ତୁ କିମ୍ବା ଯେକୌଣସି ଜୀବଜନ୍ତୁ l ଆମେ ସମସ୍ତେ ଜାଣିଚୁ ଉଭୟ ମେଲ୍ ଓ ଫିମେଲ ସହଯୋଗ ରେ ଗୋଟିଏ ନୂଆ ଜୀବର ନିର୍ମାଣ ହୋଇଥାଏ l କିନ୍ତୁ ନିକଟରେ ଏଭଳି ଗୋଟିଏ ତଥ୍ୟ ସାମ୍ନାକୁ ଆସିଛି ଯାହାକି ସମ୍ପୂର୍ଣ ବିଜ୍ଞାନ କୁ ଦୋହଲାଇ ରଖି ଦେଇଛି l ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି ଏହା କିପରି ଘଟିଲା ?
ଘଟଣାଟି ଏହିଭଳି ଗୋଟିଏ ମାଈ କୁମ୍ବୀର ବିନା କୌଣସି ପୁରୁଷ କୁମ୍ଭୀର ର ସହଯୋଗ ରେ ଅଣ୍ଡା ଦେଇଛି l ଅର୍ଥାତ ସେହି ମାଈ କୁମ୍ଭୀର ଟି ନିଜ ମଧ୍ୟରେ ଏଭଳି ସିଷ୍ଟମ ଡେଭେଲପ କରିଥିଲା ଯାହାଦ୍ୱାରା ତାକୁ ଅଣ୍ଡା ଦେବା ପାଇଁ କୌଣସି ପୁରୁଷ କୁମ୍ଭୀର ର ସହଯୋଗ ର ଆବଶ୍ୟକତା ନାହିଁ l
ଘଟଣାଟି କଣ ?
ଆମେରିକାରେ ୧୬ ବର୍ଷ ପର୍ଯ୍ୟନ୍ତ ଗୋଟିଏ ମାଈ କୁମ୍ଭୀର କୁ ଏକାକୀ ଗୋଟିଏ ସ୍ଥାନରେ ବନ୍ଦୀ କରି ରଖାଯାଇଥିଲା l ଏହି ସମୟରେ କୁମ୍ଭୀର ଟିକୁ କୌଣସି ଅନ୍ୟ କୁମ୍ଭୀର ସହିତ ମିଶିବାକୁ ଦିଆଯାଉ ନଥିଲା l କିନ୍ତୁ ୨୦୧୮ ରେ ସେ କିଛି ଅଣ୍ଡା ଦେଇଥିଲା l ଏହାକୁ ଦେଖି ଦୁନିଆର ସମସ୍ତ ବୈଜ୍ଞାନିକ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି l କାହିଁକି ଏଭଳି ପ୍ରଥମ ଥର ଘଟିଛି l ବିଶେଷ ଭାବରେ କୁମ୍ଭୀର ମାନେ ହେଲେ ଡାଇନୋସର ପ୍ରଜାତିର l ଏପରି ସ୍ଥିତିରେ ବିନା ପୁରୁଷ ସଂଯୋଗ ରେ ମାଈ କୁମ୍ଭୀର ଅଣ୍ଡା ଦେବା ଘଟଣା ଡାଇନୋସର ଙ୍କ ବିଷୟରେ ଅନେକ ରହସ୍ୟ ଖୋଲୁଛି l ଏହା କୌଣସି କୁମ୍ଭୀର କ୍ଷେତ୍ରରେ ଘଟିଥିବା ପ୍ରଥମ ଘଟଣା ଅଟେ l
ବୈଜ୍ଞାନିକ ମାନେ କହିଛନ୍ତି ଯେ ଏହି ମାଈ କୁମ୍ଭୀର ଟି parthenogenesis ପ୍ରୋସେସ ରେ ଅଣ୍ଡା ଦେଇଥିଲା l ଅର୍ଥାତ ଏହି ପ୍ରୋସେସ ରେ ଯେଉଁ ଅଣ୍ଡା କୁମ୍ବୀର ଟି ଦେଇଥିଲା ସେଥିରୁ କୌଣସି ଛୁଆ ବାହାରି ନଥିଲେ l ପାର୍ଥନୋଜେନେସୀସ ଗୋଟିଏ ଏଭଳି ପ୍ରକ୍ରିୟା ଅଟେ ଯାହାଦ୍ୱାରା ଗୋଟିଏ ମାଈ ଜୀବ ନିଜ ମଧ୍ୟରେ ମେଲ ସ୍ପର୍ମ କୁ ପ୍ରଡ୍ୟୁସ କରିଥାଏ ଓ ପରେ ତାକୁ ମାଈ ସ୍ପର୍ମ ସହିତ ମିଶାଇ ଅଣ୍ଡା ଦେଇଥାଏ l