Odisha news

ବାର୍ଷିକ କୁମ୍ଭୀର ଗଣନା ଶେଷ : ବୃଦ୍ଧି ପାଇଛି କୁମ୍ଭୀର ସଂଖ୍ଯା

0

ରାଜନଗର୨୫|୦୧ :ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟଉଦ୍ୟାନରେ ବସବାସ କରୁଥିବା କୁମ୍ଭୀର ଗଣନା ଶେଷହୋଇଛି । ଗତବର୍ଷ କୁମ୍ଭୀର ସଂଖ୍ୟା ୧୭୫୭ଥିବାବେଳେ ଚଳିତବର୍ଷ ଏହି ସଂଖ୍ୟା ୧୭୬୮ରେ ପହଁଞ୍ଚିଛି । ଗତବର୍ଷ ଠାରୁ ଚଳିତବର୍ଷ ୧୧ଟି ଅଧିକ କୁମ୍ଭୀର ଥିବା ଏହି ଗଣନାରେ ଜଣାପଛି । ଚଳିତବର୍ଷ କୁମ୍ଭୀର ବିଷାରଦ ଡ.ସୁଧାକର କରଙ୍କ ନେତୃତ୍ବରେ ବନବିଭାଗର କର୍ମଚାରୀମାନେ ୪ଗୋଟି ରେଞ୍ଜ ଅଞ୍ଚଳରେ ୨୨ଟି ଟିମରେ ବିଭକ୍ତହୋଇ ଚଳିତମାସ ୧୫ତାରିଖ ଠାରୁ ୨୩ତାରିଖ ପର୍ଯ୍ୟନ୍ତ ସନ୍ଧ୍ୟାରୁ ଆରମ୍ଭ ହୋଇ ମଧ୍ଯରାତ୍ରି ପର୍ଯ୍ୟନ୍ତ ଓ ସକାଳ ସମୟରୁ ଆରମ୍ଭ କରାଯାଇ ମଧ୍ଯାହ୍ନ ପର୍ଯ୍ୟନ୍ତ କୁମ୍ଭୀର ଗଣନା କାର୍ଯ୍ଯଚାଲିଥିଲା । ଚଳିତବର୍ଷ ଏହି ଗଣତି ସମୟରେ ୫୯୩ ଟି ସାବକ,୩୬୨ଟି ବର୍ଷିକିଆ,୩୨୦ଟି ଦୁଇବର୍ଷିଆ,୧୫୨ଟି ୪ରୁ ୫ବର୍ଷିଆ କୁମ୍ଭୀର ଓ ୩୩୬ଟି ବୟସ୍କ କୁମ୍ଭୀର ଗଣନା କରାଯାଇଛି ।

ସେହିପରି ଗତବର୍ଷ ଗଣିତି ସମୟରେ ୬୨୦ସାବକ,୩୨୫ଟି ବର୍ଷିକିଆ,୨୮୮ଟି ଦୁଇବର୍ଷିଆ,୧୮୫ଟି ୪ରୁ ୫ବର୍ଷିଆ ଓ ୩୩୯ଟି ବୟସ୍କ କୁମ୍ଭୀର ଚିହ୍ନଟ କରାଯାଇଥିଲା । ଚଳିତବର୍ଷ ଗଣନା କାର୍ଯ୍ଯ ନାଳ,ଶାଖାନାଳ ପ୍ରଭୃତିରେ କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଚଳିତବର୍ଷ ୧୮ ଫୁଟରୁ ୨୦ଫୁଟ ଭିତରେ ୬ଟି କୁମ୍ଭୀର ଓ ୨୦ଫୁଟରୁ ଅଧିକ ଲମ୍ବର ୪ଟି କୁମ୍ଭୀର ଥିବା ଜଣାପଡିଛି । ରାଜନଗର ବନଖଣ୍ଡ ଅଧିନରେ ଥିବା କନିକା,ରାଜନଗର, ଗହିରମଥା ଓ ମହାକାଳପଡା ଅଞ୍ଚଳରେ କୁମ୍ଭୀର ଗଣନା କରାଯାଇଥିଲା । ଗଣନା କାର୍ଯ୍ଯରେ ବନାଞ୍ଚଳ ଅଧିକାରୀ,ବନପାଳ ଓ ବନରକ୍ଷୀ ପ୍ରଭୃତି କର୍ମଚାରୀମାନେ ସାମିଲଥିବା ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାସଙ୍କ ଠାରୁ ସୂଚନାମିଳିଛି । ପୂର୍ବ ବର୍ଷମାନଙ୍କ ଠାରୁ ଚଳିତବର୍ଷ କୁମ୍ଭୀରମାନଙ୍କ ସଂଖ୍ଯା ବୃଦ୍ଧି ପାଇଥିବାରୁ ପରିବେଶବିତମାନଙ୍କ ମଧ୍ଯରେ ଆନନ୍ଦ ପ୍ରକାଶ ପାଇଛି ।

Leave A Reply