ରାଜନଗର୨୪|୦୧ : କେନ୍ଦ୍ରମନ୍ ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଆଜି ସକାଳ ୯ଘଟିକା ସମୟରେ ଜାତୀୟଉଦ୍ୟାନ ଭିତରକନିକାର ଖୋଳା ନଦୀରୁ ଲଞ୍ଚ ଯୋଗେ ଜଳ ପଥରେ ବୁଲି ବୁଲି ଭିତରକନିକା ଜାତୀୟଉଦ୍ୟାନର ଡାଙ୍ଗମାଳ ଠାରେ ପହଁଞ୍ଚି ଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ସହିତ ତାଙ୍କ ଅନୁଗତ ବିଧାୟକ,ପ୍ରାକ୍ତନ ବିଧାୟକ ଓ ଦଳୀୟ କାର୍ଯ୍ଯକର୍ତ୍ତା ସାଙ୍ଗରେ ଯାଇଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ଜଳପଥରେ ଯିବା ସମୟରେ ନଦୀ ଉଭୟ ପଠାରେ ସୋଇଥିବା ବଉଳା କୁମ୍ଭୀର ଓ ହରିଣ ଏବଂ ବିଭିନ୍ନ ପ୍ରଜାତିର ବୃକ୍ଷ ଦେଖି ବିମୋହିତ ହୋଇଥିଲେ । ଡାଙ୍ଗମାଳ ପ୍ରୋଜେକ୍ଟ ପରିସରରେ ମ୍ୟୁଜିୟମ ଦେଖିବା ସହ ଜଳାଶୟରେ ଥିବା ବହୁ ଚର୍ଚ୍ଚୀତ ମାଷର୍କଟ ସାଜିଥିବା ଧଳା କୁମ୍ଭୀର ଗୋରୀ ଓ ଅନ୍ୟଏକ ଜଳା ସୟରେ ଥିବା ଧଳା କୁମ୍ଭୀର ମଲ୍ଲୀକୁ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ଏବଂ ତାଙ୍କ ସହିତ ଯାଇଥିବା ନେତାମାନେ ଦେଖିଥିଲେ ।
ପ୍ରକୃତି ମାତାଙ୍କର ଅନେକ ସମ୍ଭାବନା ଏହି ଅଞ୍ଚଳରେ ଭରପୁର ହୋଇ ରହିଛି ,ପର୍ଯ୍ୟାବରଣ ଓ ପର୍ଯ୍ୟଟନ ଉଭୟଙ୍କୁ ସନ୍ତୁଳନ କରି ଅଞ୍ଚଳର ବିକାଶ , ଭିତରକନିକାର ଅପାର ସୁନ୍ଦରତା ପ୍ରକୃତି ମାତା ମ୍ୟାନ ଗ୍ରୁପ ଫରେଷ୍ଟକୁ ନଦୀ ଓ ସମୁଦ୍ରର ସଙ୍ଗମ ସ୍ଥଳକୁ ବହୁତ ସୁନ୍ଦର ଭାବରେ ଗଢି ତୋଳିଛନ୍ତି ଏବଂ ମୋଦିଜୀଙ୍କ ଦେଖୋ ଆପନା ଦେଶର କଥା କହିଥିଲେ । ଏହା ପରେ ସେଠାରୁ କେନ୍ଦ୍ରମନ୍ତ୍ରୀ ଭିତରକନିକାର ପ୍ରସିଦ୍ଧ ଠାକୁରାଣୀ ମା ଜୟ ଦୁର୍ଗାଙ୍କ ମନ୍ଦିରରେ ପହଁଞ୍ଚି ଦର୍ଶନ କରିବା ସହିତ ଆଶୀର୍ବାଦ ଭିକ୍ଷା କରିଥିଲେ । ପରେ ପରେ ମନ୍ଦିର ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା । ପ୍ରାକ୍ତନ ବିଧାୟକ ଅଲେଖ କୁମାର ଯେନାଙ୍କ ପୌରହିତରେ ଅନୁଷ୍ଠିତ ସଭାରେ ମୁଖ୍ଯ ଅତିଥି ଭାବରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ଯୋଗଦେଇ ଆମେ ଭାରତ ବର୍ଷର ପୂର୍ବାଞ୍ଚଳକୁ ବିକଶିତ କରାଇବା,ଗରିବିକୁ ବୁଝିଥିବା କାରଣରୁ ମୋଦିଜୀ ଦେଶର ପ୍ରଧାନ ସେବକ, ମୋଦିଜୀଙ୍କ ସବକା ସାଥ,ସବକା ବିକାଶ,ସବକି ବିଶ୍ବାସ,ପର୍ଯ୍ୟଟନ ମନ୍ତ୍ରୀ,ଜଙ୍ଗଲ ମନ୍ତ୍ରୀ ଓ ପରିବେଶ ବିଭାଗର ମନ୍ତ୍ରୀଙ୍କୁ ଭେଟିବି,ଅଞ୍ଚଳର ବିକାଶ କଥା ଆଲୋଚନା କରିବି ଏବଂ ନରେନ୍ଦ୍ର ମୋଦୀଙ୍କ ବିଚାରକୁ ଗାଁ ଗାଁରେ ଘରେ ଘରେ ବ୍ୟକ୍ତିଭିତରେ ପହଁଞ୍ଚାଇବାକୁ ପଡିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ବକ୍ତବ୍ଯରେ କହିଥିଲେ ।