ଅଷ୍ଟ୍ରେଲିଆରେ ରହୁଥିବା ମେଟ ରାଇଟଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି l ସେ ଗୋଟିଏ ଟେଲିଭିଜନ କାର୍ଯ୍ୟକ୍ରମରେ ମଧ୍ୟ ଅଭିନୟ କରନ୍ତି l ନିକଟରେ ସୋସିଆଲ ମିଡିଆରେ ସେ ଗୋଟିଏ ଭିଡିଓ ସେୟାର କରିଥିଲେ ,ଯେଉଁଥିରେ ଦେଖା ଯାଇଥିଲା ପାଣି ଭିତରେ ସେ ଧୀରେଧୀରେ ଯାଇ ଗୋଟିଏ କୁମ୍ଭୀରକୁ ଧକା ଦେଉଛନ୍ତି l ଭିଡ଼ିଓଟିରେ ଦେଖା ଯାଇଥିଲା ମେଟରାଇଟ କୁମ୍ଭୀରଟିର ଥୋବଣାକୁ ଧରି ନେଇଥିଲେ l
ଦି ଗର୍ଜିୟନ ରିପୋର୍ଟ ଅନୁସାରେ ମେଟରାଇଟ ଅଷ୍ଟ୍ରେଲିଆର ଉତର ଅଂଚଳରେ ଗୋଟିଏ ନଦୀ ସଫା କରୁଥିଲେ l ଏହି ସମୟରେ ତାଙ୍କ ଆଗକୁ ଗୋଟିଏ ବଡ କୁମ୍ଭୀର ଆସିଥିଲା l କୁମ୍ଭୀରଟି ନିଜର ପାଟିକୁ ଖୋଲି ତାଙ୍କର ଶିକାର କରିବାକୁ ଚାହୁଁଥିଲା l କିନ୍ତୁ ସେ ଡରି ନଯାଇ କୁମ୍ଭୀରଟିର ପାଟିକୁ ଧରି ମାଡିବସି ବନ୍ଦ କରି ଦେଇଥିଲେ l ସାଧାରଣତଃ କୁମ୍ଭୀରକୁ ଦେଖିଲେ ଆମ ଦେହରୁ ଝାଳ ବାହାରି ପଡେ l କିନ୍ତୁ ମେଟରାଇଟ ଡରି ନଯାଇ କୁମ୍ଭୀରକୁ ପାଟି ବନ୍ଦ କରିବା ପରେ ତା ସହିତ ଆରାମରେ ଖେଳିଥିଲେ l
ଭିଡ଼ିଓଟିରେ ଦେଖା ଯାଇଛି ଯେ ସେ କୁମ୍ଭୀରଟିକୁ ଶାନ୍ତିର ସହିତ ସେଠାରୁ ଚାଲିଯିବା ପାଇଁ କହୁଛନ୍ତି l ଏହି ସମୟରେ ସେ କ୍ୟାମେରାକୁ ଅନାଇ କଥା ମଧ୍ୟ ହେଉଛନ୍ତି ଓ ମଝିରେ ମଝିରେ କୁମ୍ଭୀରଉପରକୁ ଚିତ୍କାର ଛାଡ଼ୁଛନ୍ତି l ଏହି ଭିଡ଼ିଓଟିକୁ ବର୍ତମାନ ସୁଦ୍ଧା ପାଖାପାଖି ୨ ଲକ୍ଷ ଲୋକ ଏହାକୁ ଦେଖିଛନ୍ତି l ଲୋକମାନେ ବିଭିନ୍ନ ପ୍ରକାରର କମେଣ୍ଟ ମଧ୍ୟ କରିଛନ୍ତି l
