ଦୁବାଇ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପଞ୍ଚମ ମ୍ୟାଚ୍ ରବିବାର ଦୁବାଇର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ଚାମ୍ପିଅନ୍ସ ଟ୍ରଫିର ହାଇଭୋଲଟେଜ୍ ମ୍ୟାଚ୍ରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ବୋଲିଂ ଆରମ୍ଭ କରିଥିଲା। ପାକିସ୍ତାନ ୪୯.୪ ଓଭରରେ ଅଲ୍ଆଉଟ୍ ହୋଇ ୨୪୧ ରନ୍ କରିଛି। ଫଳରେ ଟିମ୍ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୨୪୨ ରନ୍ ରହିଛି। ପାକିସ୍ତାନ ପକ୍ଷରୁ ସୌଦି ଶକିଲ ୬୨ ରନ୍ କରିଥିବାବେଳେ ମହମ୍ମଦ ରିଜୱାନ ୪୬ ରନ୍ କରିଥିଲେ। ସେହିପରି ଇମାମ ଉଲ୍ ହକ୍ ୧୦ ରନ୍, ବାବର ଆଜମ୍ ୨୩, ସଲମାନ ଆଘା ୧୯ ରନ୍, ଖୁସଦି ଶାହା ରନ୍, ନସିମ ଶାହା ୧୪ ରନ୍ କରିଥିଲେ। ପାକିସ୍ତାନ ଇନିଂସର ପ୍ରଥମ ଛକା ୪୨ତମ ଓଭରରେ ଲାଗିଥିଲା।
କୁଲଦୀପ ଯାଦବ ୪୩ତମ ଓଭରରେ ଲଗାତାର ଦୁଇଟି ବଲ୍ ରେ ଦୁଇଟି ୱିକେଟ୍ ନେଇଥିଲେ। ତଥାପି, ସେ ହ୍ୟାଟ୍ରିକ୍ ହାତଛଡ଼ା କରିଥିଲେ। ପ୍ରଥମେ କୁଲଦୀପ ସଲମାନ ଆଗାଙ୍କୁ ଆଉଟ୍ କରିଥିଲେ ଏବଂ ପରେ ଶାହିନ ଆଫ୍ରିଦିଙ୍କୁ ଶୂନ୍ୟରେ ପାଭିଲିୟନ ପଠାଇ ଦେଇଥିଲେ। କୁଲଦୀପ ଯାଦବ ନସିମ ଶାହଙ୍କୁ ୧୪ ରନ୍ରେ ପାଭିଲିୟନ ପଠାଇ ଦେଇଥିଲେ। ୪୯ତମ ଓଭରରେ ଦୁଇଟି ଛକା ଲାଗିଥିଲା ଏବଂ ଗୋଟିଏ ୱିକେଟ୍ ପଡ଼ିଥିଲା। ହାରିସ ରଉଫ୍ ରନ ଆଉଟ୍ ହୋଇଥିଲେ।