Odisha news

ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଦବଙ୍ଗ ଇଲେଭେନ ଚାମ୍ପିଅନ

0

ନିରାକାରପୁର, ୨୬/୪: ଖୋର୍ଦ୍ଧା ଜିଲ୍ଲା ମଳିପଡ଼ା ବାବା ବାଲ୍ମୀକେଶ୍ୱର ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇତି ମଧ୍ୟରେ ଅନୁଷ୍ଠିତ ହୋଇଅଛି l ଅନ୍ତିମ ପର୍ଯ୍ୟାୟ ଖେଳରେ ଦବଙ୍ଗ ଇଲେଭେନ କ୍ରିକେଟ କ୍ଲବ ବନାମ ମହାବୀର ୱାରୀୟର୍ଷ ମଧ୍ୟରେ ଏକ ସଂଘର୍ଷ ସ୍ଥିତିରେ ପ୍ରଥମେ ବ୍ୟାଟିଂ କରି ଦବଙ୍ଗ ଇଲେଭେନ ୧୨ଓଭର ରେ ୧୩୭ ରନ କରିଥିବା ବେଳେ ମହାବୀର ୱାରୀୟର୍ସ ୧୧ ଓଭର ୪ ବଲ ରେ ୧୧୯ ରନ ସଂଗ୍ରହ କରି ରନର୍ସ ଅଫ ହୋଇଥିବା ବେଳେ ବିଜେତା ଦଳରେ ଘୋଷଣା ହୋଇଥିଲା ଦବଙ୍ଗ ଇଲେଭେନ l ମୁଖ୍ୟ ଅତିଥି ଭାବରେ ବାସନ୍ତୀ ମହାପାତ୍ର, ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି ଯୋଗଦେଇ ଅଭିଭାଷଣରେ ଆସୋସିଏସନର କର୍ମକର୍ତ୍ତା, ସମସ୍ତ ସଦସ୍ୟ ଏବଂ ଉପସ୍ଥିତ କ୍ରୀଡା ପ୍ରେମୀ ଦର୍ଶକ ମାନଙ୍କୁ କହିଥିଲେ ଯେ ଏହିଭଳି ପ୍ରତିଯୋଗିତା ଆୟୋଜନ କରିବା ଦ୍ୱାରା ଭାଇଚାରା ଭାବ ସୁଷ୍ଟି ହେବାସହ କ୍ରୀଡା, ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ l ପ୍ରତ୍ୟେକ ଖେଳାଳିମାନଙ୍କୁ ମଧ୍ୟରେ ପ୍ରତିଯୋଗିତା ମୂଳକ ମନୋଭାବ ସୁଷ୍ଟି ହେବା ଦ୍ୱାରା ସେମାନେ ଜୀବନର ଲକ୍ଷ୍ୟ ସ୍ଥଳରେ ପହଂଚିବା ସହଜ ସାଧ୍ୟ୍ୟ ହୁଏ l ପରେ ପରେ ଆସୋସିଏସନ ଦ୍ୱାରା ରନର୍ସ ଅଫ ଦଳକୁ ପୁରସ୍କାର ସ୍ୱରୂପ ନଗଦ ରାଶି -୨୦୦୦୦/-ଏବଂ ଟ୍ରଫି, ବିଜେତା ଦଳକୁ -୩୦୦୦୦/-ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସଂଯୁକ୍ତା ମହାପାତ୍ର (ସମିତି ସଭ୍ୟା ), ପ୍ରମୋଦ ଭୁଜବଳ ଆସୋସିଏସନ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply