Odisha news

ଜିଲ୍ଲା କ୍ରିକେଟ୍ ଆନ୍ତଃ କ୍ଲବ ସିନିୟର୍ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ : ବ୍ଲୁ ଡାଇମଣ୍ଡ କ୍ଲବ କୁ ହରାଇ ବିକାଶ କ୍ରିକେଟ୍ କ୍ଲବ ଚାମ୍ପିଅନ

0
ବରଗଡ : ଓଡ଼ିଶା ରାଜ୍ୟ କ୍ରିକେଟ୍ ଏସୋସିଏସନ ଓ ବରଗଡ ଜିଲ୍ଲା କ୍ରିକେଟ୍ ଏସୋସିଏସନ ଭିଜନ ୨୦୨୦-୨୪ ଆନୁକୁଲ୍ୟରେ ଆୟୋଜିତ ହେଉଥିବା ଜିଲ୍ଲା ଆନ୍ତଃ କ୍ଲବ ସିନିୟର୍ କ୍ରିକେଟ୍ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଅଛି। ଆଜି ସ୍ଥାନୀୟ ବିକାଶ ଷ୍ଟାଡିୟମ୍ ରେ ବିକାଶ କ୍ରିକେଟ୍ କ୍ଲବ ଓ ବ୍ଲୁ ଡାଇମଣ୍ଡ କ୍ଲବ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ ରେ ଟସ୍ ଜିତି ପ୍ରଥମେ ବ୍ଲୁ ଡାଇମଣ୍ଡ କ୍ଲବ ବ୍ୟାଟିଂ ଆରମ୍ଭ କରି ଦଳ ର ଅଧିନାୟକ ପ୍ରବୀଣ ଲୁହା ୭ ଟି ଚୌକା ଓ ୬ ଟି ଛକା ସହ ୧୨୫ ରନ, ରାକେଶ ସିଂ ଙ୍କ ୩୫ ରନ ଓ ମଳୟ ହାତୀ ଙ୍କ ୩୧ ରନ ଯୋଗୁଁ ଦଳ ୫୦ ଓଭର ରେ ସମସ୍ତ ୱିକେଟ ହରାଇ କରିଥିଲା ୨୫୭ ରନ। ପ୍ରତିପକ୍ଷ ବିକାଶ କ୍ଲବ ପକ୍ଷରୁ ଅମିତ୍ ବିକ୍ରମ ରାଉତ ୩୨/୩ ୱିକେଟ, ରାହୁଲ ଚୌଧୁରୀ ୫୩/୩ ୱିକେଟ ଓ କୌସ୍ତୁଭ କ୍ରିଷ୍ଣା ୫୭/୩ ୱିକେଟ ନେଇଥିଲେ। ୨୫୮ ରନ ଏକ ବଡ଼ ସ୍କୋର ର ପିଛା କରି ବିକାଶ କ୍ଲବ ଦଳ ଅଧିନାୟକ ଦାସାରି ବିବେକ କୁମାର ଙ୍କ ୧୫ ଟି ଚୌକା , ୩ ଟି ଚ୍ଛକା ସହ ୧୧୪ ରନ , ହିମାଂଶୁ ବିଷ୍ଟ ଙ୍କ ୪୩ ରନ , ସନ୍ଦେଶ ସୁହାସ ଙ୍କ ୩୫ ରନ କରିବା ଫଳରେ ଦଳ ୪୬.୨ ଓଭର ରେ ୫ ୱିକେଟ ହରାଇ କରିନେଇଥିଲେ ୨୬୧ ରନ । ବ୍ଲୁ ଡାଇମଣ୍ଡ ଦଳ ପକ୍ଷରୁ ଦେବେନ୍ଦ୍ର କୁଅଁର ୪୪/୨ ୱିକେଟ, ରାକେଶ ସିଂ ୭୨/୨ ୱିକେଟ,ଆଜାଦ ପ୍ରଧାନ ୩୨/୧ ୱିକେଟ ନେଇଥିଲେ। ମ୍ୟାଚ୍ କୁ ୫ ୱିକେଟ ବିନିମୟ ରେ ଜିତି ବିକାଶ କ୍ରିକେଟ୍ କ୍ଲବ ଚଳିତ ବର୍ଷ ସିନିୟର୍ କ୍ରିକେଟ୍ ପ୍ରତିଯୋଗିତା ର ଚାମ୍ପିଅନ ହୋଇଥିଲା। ଫାଇନାଲ ଖେଳ ପରିଚାଳନା କରିଥିଲେ ପ୍ରଦୀପ କୁମାର ଦାଶ ଓ ଶୁଭମ ପାତ୍ର।ସ୍କୋରର ଥିଲେ ମନୋଜ ପାତ୍ର ଓ ଅଶୋକ ସାହୁ।
ଜିଲ୍ଲା କ୍ରିକେଟ୍ ଏସୋସିଏସନ ର ସଭାପତି ହରିହର ପ୍ରଧାନ ଙ୍କ ସଭାପତିତ୍ବ ଓ ବରିଷ୍ଠ ସଦସ୍ୟ ସନ୍ତୋଷ ପଣ୍ଡା ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବିକାଶ ଗ୍ରୁପ ର କାର୍ଯକାରୀ ନିର୍ଦ୍ଧେଶକ ଡି ନାଗେଶ୍ଵର ରାଓ ଓ ଜିଲ୍ଲା କ୍ରୀଡା ସଂସଦ ର ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର ଅତିଥି ଭାବରେ ଯୋଗ ଦେଇ ଖେଳାଳୀ, ମାନଙ୍କ ସହ ବିଜେତା ବିକାଶ କ୍ରିକେଟ କ୍ଲବ ଦଳ କୁ ଚମ୍ପିୟାନ ଟ୍ରଫି ଓ ଉପ ବିଜେତା ବ୍ଲୁ  ଡାଇମଣ୍ଡ ଦଳ ଙ୍କୁ ରନର ଅଫ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଫାଇନାଲ ମ୍ୟାଚ ର ଶ୍ରେଷ୍ଠ ଖେଳାଳୀ ଭାବରେ ବିକାଶ ଦଳ ର ବ୍ୟାଟସମ୍ୟାନ୍ ଦାସାରି ବିବେକ କୁମାର ଙ୍କୁ , ପ୍ରତିଯୋଗିତା ର ଶ୍ରେଷ୍ଠ ବ୍ୟାଟସମ୍ୟାନ୍ ଭାବରେ ବ୍ଲୁ ଡ଼ାଇମଣ୍ଡ ଦଳର ବ୍ୟାଟସମ୍ୟାନ୍ ପ୍ରବୀଣ ଲୁହା ଙ୍କୁ, ପ୍ରତିଯୋଗିତା ର ଶ୍ରେଷ୍ଠ ବୋଲର ଭାବରେ ବ୍ଲୁ ଡ଼ାଇମଣ୍ଡ ଦଳର ରାକେଶ ସିଂ ଙ୍କୁ, ପ୍ରତିଯୋଗୀତା ର ଶ୍ରେଷ୍ଠ ଉଦୀୟମାନ ଯିବ ଖେଳାଳୀ ଭାବରେ ୟୁନାଇଟେଡ କ୍ରିକେଟ୍ ଦଳର ସେକ ହେୟାତ ଙ୍କୁ, ପ୍ରତିଯୋଗୀତା ର ଶ୍ରେଷ୍ଟ ଖେଳାଳୀ ଭାବରେ ବିକାଶ ଦଳର କୌସ୍ତୁଭ ମହର୍ଷି ଙ୍କୁ ଟ୍ରଫି ସହ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ଆମ୍ପାୟର, ସ୍କୋରର ମାନଙ୍କୁ ମଧ୍ୟ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସଭାରେ କ୍ରିକେଟ୍ ଏସୋସିଏସନ୍ ର ସମ୍ପାଦକ ରବି ପଣ୍ଡା,ଉପ ସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର,କୋଷାଧ୍ୟକ୍ଷ ଗୁରୁଦତ୍ତ ଦାଶ,ବରିଷ୍ଠ ସଦସ୍ୟ ପ୍ରଦୀପ ନନ୍ଦ, ଚନ୍ଦ୍ର ଶେଖର ପ୍ରଧାନ, ନବୀନ ଲାଠ, ପ୍ରଦୀପ ସାହୁ, ସୌର୍ଯ୍ୟ ରଞ୍ଜନ ରାଏ, ବିକାଶ ଦଳ ର କୋଚ ଅଶୋକ ସିଂ, କ୍ରୀଡା ଶିକ୍ଷକ ପିତାମ୍ବର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
Nalco
Leave A Reply