ବାଲିପାଟଣା ୧୮/୦୨: ବାଲିପାଟଣା ବ୍ଲକର ବନମାଳୀପୁର ଭାକରସାହି ନିକଟ ପୋଲାଙ୍ଗ ତୋଟା ପଡିଆଠାରେ ଚଳିତ ବର୍ଷ ଦ୍ୱିତୀୟ କର୍କ ବଲ କ୍ରିକେଟ ମ୍ୟାଚ୍ ଉଦଘାଟିତ ହୋଇଯାଇଛି। ଏଥିରେ ୮ ଟି ଟିମ୍ ଭାଗ ନେଇ ଛନ୍ତି। ଭୁବନେଶ୍ଵର ର ଝରଣା, ନିଆଳି, ସୁଧାନଗର, ସୁନ୍ଦରଗାଁ, ଯଦୁପୁର, ବାଲିଅନ୍ତା, ବନମାଳୀପୁର କୁଶଭଦ୍ରା, ବାଙ୍କୁଆଳ (ଭଗବତୀ) ପ୍ରମୁଖ ଦଳମାନେ ପରସ୍ପର ମଧ୍ୟରେ ପ୍ରତିଦ୍ବନ୍ଦିତା କରିବେ। ଗତକାଲି ପ୍ରଥମ ମ୍ୟାଚକୁ ସ୍ଥାନୀୟ କୁଶଭଦ୍ରା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତ୍ରିଲୋଚନ ଗଡପଲା ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବାଲିପାଟଣା ଥାନା ଏ ଏସ୍ ଆଇ ରାକେଶ କୁମାର ସାମଲ,ସ୍ଥାନୀୟ ସରପଞ୍ଚ ଚନ୍ଦ୍ରକାନ୍ତି ବେହେରା, ସମିତି ସଭ୍ୟ କାହ୍ନୁ ଚରଣ ପାତ୍ର ପ୍ରମୁଖ ଯୋଗଦେଇ ଥିଲେ। ଆଜି ପ୍ରଥମ ମ୍ୟାଚ ନିଆଳି ଓ ଭୁବନେଶ୍ଵର ର ଝରଣା ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନିଆଳି ଟିମ୍ ଟସ୍ ଜିତି ଝରଣା ଟିମ୍ କୁ ବ୍ୟାଟିଙ୍ଗ ପାଇଁ ନିମନ୍ତ୍ରଣ କରିଥିଲା। ଝରଣା ଟିମ୍ ପ୍ରଥମେ ବ୍ୟାଟିଙ୍ଗ କରି ୧୯ଓଭରରେ ସମସ୍ତ ଉଇକେଟ ହରାଇ ୧୬୨ ରନ୍ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ନିଆଳି ଟିମ୍ ୧୭.୨ଓଭରରେ ୪ଉଇକେଟ୍ ହରାଇ ୧୬୬କରି ବିଜୟ ଲାଭ କରିଥିଲେ। ବିଜୟୀ ନିଆଳି ଟିମ୍ ପକ୍ଷରୁ ଗିରିଶ ନାୟକ ୪୩ବଲ ରୁ ୭୭ରନ୍ କରିବା ସହ ଗୋଟିଏ ଉଇକେଟ୍ ନେ଼ଇ ମ୍ୟାନ ଅଫ ଦି ମ୍ୟାଚ୍ ହୋଇଛନ୍ତି। ଭୀମସେନ ମଣ୍ଡଳ ଓ କାହ୍ନୁ ଚରଣ ବାରିକ ଖେଳ ପରିଚାଳନା କରିଥିଲେ। ସେହିପରି ଆଜିର ମ୍ୟାଚ ରେ ସୁଧାନଗର ପ୍ରଥମେ ଟସ୍ ଜିତି ସୁନ୍ଦରଗାଁକୁ ବ୍ୟାଟିଙ୍ଗ୍ ପାଇଁ ଆମନ୍ତ୍ରଣ କରିଥିଲା। ସୁନ୍ଦରଗାଁ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୩୧୧ ରନ୍ କରିଥିଲା। ଜବାବରେ ସୁଧାନଗର ୨୦ ଓଭରରେ ୮ ଉଇକେଟ୍ ହରାଇ ୨୫୪ ରନ୍ ସଂଗ୍ରହ କରି ୫୭ ରନରେ ପରାଜିତ ହେଇଥିଲା। ସୌରଭ ଦାସ ୪୫ ବଲ୍ ରୁ ୧୩୩ ରନ୍ କରି ମ୍ୟାନ ଅଫ ଦି ମ୍ୟାଚ୍ ହେଇଥିଲେ। ଭୀମସେନ ମଣ୍ଡଳ, ସୁଜିତ୍ କୁମାର ବିଶ୍ବାଳ, ଜାହିର ଉଦ୍ଦିନ,ଓ ତପନ କୁମାର ସାହୁ ଆଜିର ଖେଳ ପରିଚାଳନା କରିଥିଲେ। କେଶିଶିର (kcc) ସମସ୍ତ ଜୁନିଅର ଓ ସିନିୟର୍
ସଭ୍ୟ ମାନେ ସହଯୋଗ କରିଥିଲେ।
