ବାରିପଦା : ମୟୂରଭଞ୍ଜ ଏଥଲେଟିକ୍ ଆସୋସିଏସନ ଆନୁକୂଲ୍ୟରେ ୧୬ବର୍ଷରୁ କମ୍ ଓ ସି ଏ ଆନ୍ତଃ ଜିଲ୍ଲା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳୀ ଚୟନ ପ୍ରକ୍ରିୟା ଚଳିତ ମାସ ୧୨ତାରିଖରୁ ୧୫ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ୧୧ତାରିଖ ସକାଳ ୧୦ଟା ରୁ ୧୨ତାରିଖ ୨ଟା ମଧ୍ୟରେ ବାରିପଦା ଷ୍ଟାଡିୟମ କାର୍ଯ୍ୟାଳୟରେ ନିଜ ନିଜର ନାମ ପଞ୍ଜିକରଣ କରିପାରିବେ । ୧ ସେପ୍ଟେମ୍ବର ୨୦୦୬ ରୁ ୧ ସେପ୍ଟେମ୍ବର ୨୦୦୮ ମଧ୍ୟରେ ଜନ୍ମଗ୍ରହଣ କରିଥିବା ଖେଳାଳୀ ମାନେ ହିଁ ନାମ ପଞ୍ଜିକରଣ କରିପାରିବେ ବୋଲି କ୍ରିକେଟ୍ ସହସମ୍ପାଦକ ହରପ୍ରସାଦ ପାତ୍ର ଓ ପ୍ରସନ୍ନଜିତ୍ ମହାନ୍ତି ଜଣାଇଛନ୍ତି । ପଞ୍ଜିକରଣ ସମୟରେ ଡିଜିଟାଲ ଜନ୍ମ ସାର୍ଟିଫିକେଟ୍, ଆଧାରକାର୍ଡ, ମ୍ୟାଟି୍ରକ୍ ସାର୍ଟିଫିକେଟ୍ ବା ପଢୁଥିବା ଶିକ୍ଷା ଅନୁଷ୍ଠାନର ମୁଖ୍ୟଙ୍କ ନିକଟରୁ ପଢୁଥିବା ପ୍ରମାଣ ପତ୍ର ଦାଖଲ କରିବା ପାଇଁ ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ସୂଚନା ଦେଇଛନ୍ତି ।
