Odisha news

ଭାରତ- ଦ.ଆଫ୍ରିକା ପ୍ରଥମ ଦିନିକିଆ

0

ଧର୍ମଶାଳା,୧୧ା୩(ଏଜେନ୍ସି): ଭାରତ ଓ ଭ୍ରମଣକାରୀ ଦ.ଆଫ୍ରିକା ମଧ୍ୟରେ ଗୁରୁବାରଠୁ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବାକୁଯାଉଛି । ଉଭୟ ଦଳ ଗୁରୁବାର ଧର୍ମଶାଳାରେ ପରସ୍ପରକୁ ପ୍ରଥମ ମ୍ୟାଚ୍‌ରେ ଭେଟିବାକୁ ଯାଉଛନ୍ତି । ଦୁଃଖଦ ଅନୁଭୂତି ସହ ନୁ୍ୟଜିଲାଣ୍ଡରୁ ଫେରିଥିବା ଭାରତୀୟ ଦଳ ନୂଆ ଆରମ୍ଭ ସହ ବିଜୟଧାରାକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛି । ଗୁରୁବାର ଅପରାହ@ ୧.୩୦ରେ ହିମାଚଳ ପ୍ରଦେଶର ଧର୍ମଶାଳାରେ ମ୍ୟାଚ୍‌ ଆରମ୍ଭ ହେବ । ଆଇପିଏଲ ପୂର୍ବରୁ ଏହା ଶେଷ ଦିନିକିଆ ଶୃଙ୍ଖଳା । ତେଣୁ ଭାରତ ବିଜୟ ସହ ଅଭିଯାନ ଶେଷ କରିବାକୁ ଲକ୍ଷ୍ୟ ରଖିଛି । ନୁ୍ୟଜିଲାଣ୍ଡ ଦିନିକିଆ ଶୃଙ୍ଖଳାରେ ହାର୍ଦ୍ଦିକ ପାଣ୍ଡ୍ୟା, ଶିଖର ଧାୱନ ଓ ଭୁବନେଶ୍ୱର କୁମାର ନଥିଲେ । ହେଲେ ଦ.ଆଫ୍ରିକା ବିପକ୍ଷ ଶୃଙ୍ଖଳା ପାଇଁ ଏହି ୩ ଖେଳାଳି ଦଳକୁ ଫେରିଛନ୍ତି । ତେଣୁ ଟିମ୍‌ ଇଣ୍ଡିଆ ଅଧିକ ଶକ୍ତିଶାଳୀ ମନେ ହେଉଛି । ପାଣ୍ଡ୍ୟା ଶେଷ ଥର ପାଇଁ ଗତବର୍ଷ ସେପେଫମ୍ବର ମାସରେ ଦ.ଆଫ୍ରିକା ବିପକ୍ଷରେ ଟି-୨୦ ମ୍ୟାଚ୍‌ ଖେଳିଥିଲେ । ତେଣୁ ପ୍ରତ୍ୟାବର୍ତ୍ତନ ମ୍ୟାଚ୍‌ରେ ପାଣ୍ଡ୍ୟାଙ୍କ ଉପରେ ସଭିଙ୍କ ନଜର ରହିବ । ଏହାବାଦ ଧାୱନଙ୍କ ସହ ପୃଥ୍ୱୀ ଶ’ ଇନିଂସ ଓପନ କରିବେ । କାରଣ ଅନ୍ୟତମ ଅଭିଜ୍ଞ ଓପନ ରୋହିତ ଶର୍ମା ଦଳରେ ନାହାନ୍ତି । ନୁ୍ୟଜିଲାଣ୍ଡ ଶୃଙ୍ଖଳାରେ ପୃଥ୍ୱୀ ଶ’ ଆଦୌ ଭଲ ପ୍ରଦର୍ଶନ କରିପାରି ନଥିଲେ । ତେଣୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

Leave A Reply