ICC ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ରବିବାର ମାର୍ଚ୍ଚ ୯ ତାରିଖରେ ସମାପ୍ତ ହୋଇ ଯାଇଛି,ଏହି ଫାଇନାଲ ମ୍ୟାଚ ରେ ନିୟୁଜିଲ୍ୟାଣ୍ଡ ବିପକ୍ଷ ରେ ଭାରତ ଚାରି ଉଇକେଟ ରେ ବିଜୟ ଲାଭ କରିଥିଲା l ଏହି ଗୌରଵାନ୍ଵିତ ସମୟରେ ଅନେକ ମୁହୂର୍ତ ଏଭଳି ରହିଥିଲା ଯାହାକି ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି l ସେହି ମୁହୂର୍ତ ମଧ୍ୟରୁ ଗୋଟିଏ ସମୟ ଥିଲା କିଙ୍ଗ କୋହଲି ମହମ୍ମଦ ଶାମୀ ଙ୍କ ମା ଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ନେବା l ଯାହାକୁ ନେଇ ପାକିସ୍ତାନ ରେ ଆଲୋଚନା l
ବିରାଟ ଙ୍କ ଏଭଳି ସମ୍ମାନ ସହିତ ଭାରତ ର ବିଜୟ ଯେଉଁଠି ବିଶ୍ୱରେ ଚର୍ଚା ସାଉଁଟିଛି ସେଇଠି ପାକିସ୍ତାନ ଖେଳାଳି ଙ୍କୁ ଏହା ହଜମ ହୋଇନାହିଁ, ପାକିସ୍ତାନ ର ପୁରୁଣା ପ୍ରକୃତି ଭାରତର ଗୋଡ଼ ଟାଣିବା, ଏହାପରେ ପାକିସ୍ତାନ ମିଡିଆରେ ସମାଲୋଚନା ଚାଲିଲା ଭାରତୀୟ ଖେଳାଳି ଙ୍କୁ ନେଇ, କେଉଁଠି ଶାମି ଙ୍କ ରୋଜା ରଖିବାକୁ ନେଇ ପ୍ରଶ୍ନ ତ ଆଉ କେଉଁଠି ପିଚ କୁ ଆଲୋଚନା l ଯେମିତି ଘୁଷୁରୀ ପ୍ରକୃତି ପଙ୍କରେ ଲୋଟିବା ସେହିଭଳି ପାକିସ୍ତାନ ଭାରତକୁ ନେଇ ଇର୍ଷା କରିବା ଗୋଟିଏ ଖୁବ ପୁରୁଣା କଥା ହୋଇ ଗଲାଣି ;l
କିଙ୍ଗ କୋହଲି ଙ୍କ ଏହି ସଂସ୍କାର ଭାରି ପଡି ଯାଇଛି ପାକିସ୍ତାନ କ୍ରିକେଟର ଙ୍କ ଉପରେ , ଯେଉଁଠି ଗୋଟିଏ ପଟେ ସାରା ବିଶ୍ୱ ଏହାର ପ୍ରଶଂସା କରୁଛି ଆଉ ଗୋଟିଏ ପଟରେ ପାକିସ୍ତାନ ଏହାର ସମାଲୋଚନା କରିଛି, ପାକିସ୍ତାନ ର ପୂର୍ବ କ୍ରିକେଟର ସାହିଦ ଆଫ୍ରିଦି ଓ ଇଞ୍ଜାମାମ ଉଲ ହକ ଏହାକୁ ନେଇ ପ୍ରଶ୍ନ ଉଠାଇ ଛନ୍ତି ଏବଂ ଶାମୀଙ୍କୁ କରିଛନ୍ତି କଟାକ୍ଷ l ଆଫ୍ରିଦି ଓ ଇଞ୍ଜାମାମ ଉଲ ହକ କହିଛନ୍ତି ଇସ୍ଲାମ ରେ ପାଦ ଛୁଇଁବା ପରମ୍ପରା ନାହିଁ, କେବଳ ହାତ ମିଳାଇବା ପରମ୍ପରା ରହିଛି, ଇସ୍ଲାମ ରେ କେବଳ ଆଲ୍ହା ନିକଟରେ ନତମସ୍ତକ ହୋଇ ଥାଆନ୍ତି, ତେଣୁ ଆମେ କାହାର ପାଦ ଛୁଇଁବା ଉଚିତ ନୁହେଁ, ଏହା ହାରାମ ହୋଇଥାଏ l
ଯଦି ମହମ୍ମଦ ଶାମି ଜଣେ ପ୍ରକୃତ ମୁସଲମାନ ହୋଇ ଥାଆନ୍ତେ ତେବେ ବିରାଟ ଙ୍କୁ ଏପରି କରିବାକୁ ଅଟକାଇ ଥାଆନ୍ତେ, ଆଫ୍ରିଦି କହିଛନ୍ତି ମୋର ବିରାଟ ଙ୍କ ସହିତ କିଛି ନାହିଁ ସେ ନିଜ ସଂସ୍କୃତି କୁ ନେଇ ପାଦ ଛୁଇଁଛନ୍ତି, କିନ୍ତୁ ଶାମି ବିରାଟ ଙ୍କୁ ବାରଣ କରିବା ଜରୁରୀ ଥିଲା, ଗୋଟିଏ ଖେଳାଳୀ ନିଜ ଖେଳ ସହିତ ନିଜ ଧର୍ମ କୁ ମଧ୍ୟ ଗୁରୁତ୍ୱ ଦେବା ଜରୁରୀ l ଇଞ୍ଜାମାମ କହିଛନ୍ତି ଯେ ଶାମି ପବିତ୍ର ରମଜାନ ମାସରେ ରୋଜା ମଧ୍ୟ ରଖି ନାହାନ୍ତି l
ଏହାର ଉତ୍ତର ଶାମି ରିପୋର୍ଟର ଙ୍କ ସମୁଖରେ ରଖି କହିଥିଲେ ଭାରତ ଗୋଟିଏ ଧର୍ମ ନିରପେକ୍ଷ ରାଷ୍ଟ୍ର, ଏଠାରେ ସମସ୍ତେ ସବୁ ଧର୍ମ କୁ ସମ୍ମାନ ଆମେ ଦେଇଥାଉ, ଏଠାରେ ଧର୍ମ ସହିତ ସମ୍ମାନ ଓ ସଂସ୍କୃତି ମଧ୍ୟ ଜଡିତ, ବିରାଟ କୋହଲି ମୋ ମା ଙ୍କ ପାଦ ଛୁଇଁଲେ ଏହା ଭାରତୀୟ ସଂସ୍କୃତି , ଆଉ ରହିଲା ମୋ କଥା ମୁଁ ମୁସଲମାନ ହେବା ସହିତ ଜଣେ ଭାରତୀୟ ଅଟେ, ଏବଂ ମୁଁ ମୋ ଦେଶର ସଂସ୍କୃତି କୁ ସମ୍ମାନ କରେ l ଗୋଟିଏ ଖେଳାଳି ଭାବରେ ମୋର କର୍ତବ୍ୟ ହେଉଛି ପଡିଆରେ ଭଲ ପ୍ରଦର୍ଶନ କରିବା ଓ ଦେଶର ନାମ କୁ ଉଜ୍ଜଳ କରିବା l ମୋ ପାଇଁ ସବୁଠୁ ଜରୁରୀ ମୋ ଦେଶ, ମୋ ଟିମ୍ ଓ ମୋ ଖେଳ , ବାକି ସବୁ କଥା ବେକାର ରାଜନୀତି ଓ ଫାଲତୁ ତର୍କ ଅଟେ l
ଶାମି ଙ୍କୁ ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ ସମର୍ଥନ କରିଛନ୍ତି ଏବଂ କହିଛନ୍ତି ଆମେ ଯେତେବେଳେ ପଡିଆରେ ଥାଉ ଆମ ଧର୍ମ ଓ କର୍ମ ଉଭୟ କ୍ରିକେଟ ହୋଇଥାଏ ଏବଂ କ୍ରିକେଟ କୁ ଭାରତୀୟ ଖେଳାଳୀ ମାନେ ଭାଇଚାରା ର ସହିତ ଖେଳନ୍ତି l ଏବଂ ବିରାଟ ଯାହା କରିଛନ୍ତି ତାହା ଭାରତୀୟ ଧର୍ମ ର ଅଂଶ ଅଟେ l ଏହା କୌଣସି ଧର୍ମ ର ଅବମାନନା ନୁହେଁ l