ଚମ୍ପିଆନ୍ସ ଟିମ କାହିଁକି ପିନ୍ଧିଥାଏ ଧଳା କୋଟ : ଧଳା କୋଟ ପିନ୍ଧିବା ପଛରେ କଣ ରହିଛି କାରଣ
ଏହା ଦର୍ଶାଇ ଥାଏ କେଉଁ ସମ୍ମାନକୁ
୨୦୨୫ ଚମ୍ପିଆନ୍ସ ଟ୍ରଫି ଇଣ୍ଡିଆ ନିଜ ନାମରେ କରି ନେଇଛି, ରୋହିତ ଶର୍ମା ଙ୍କ ଅଧିନାୟକତ୍ୱ ରେ ବିଜୟ ଲାଭ କରିଛି ଭାରତୀୟ ଦଳ, ଚଳିତ ଥରର ଚମ୍ପିଆନ୍ସ ଟ୍ରଫି ପାକିସ୍ତାନ ଆୟୋଜନ କରି ମଧ୍ୟ ସେମି ଫାଇନାଲ କୁ ଛୁଇଁ ପାରିନଥିଲା l କିନ୍ତୁ ଭାରତୀୟ ଦଳ ବିଜୟ ଲାଭ କରି ଟ୍ରଫି ନେବା ସମୟ ରେ ଧଳା କୋଟ ପିନ୍ଧିଥିଲା, କିନ୍ତୁ ଅନେକ ଜାଣି ନଥିବେ ବିଜୟୀ ଦଳ ଏହି ଧଳା କୋଟ କାହିଁକି ପିନ୍ଧିଥାଏ ?
କ୍ରିକେଟ କୁ ଜେଣ୍ଟେଲ ମ୍ୟାନ ଙ୍କ ଖେଳ କୁହାଯାଇଥାଏ, ଏବଂ ଧଳା ରଙ୍ଗ ଶୁଦ୍ଧତା, ସଚୋଟତା ଓ ନିଷ୍ପକ୍ଷତା ର ପ୍ରତୀକ ଅଟେ, ଯେତେବେଳେ ବିଜୟୀ ଦଳ ଧଳା କୋଟ ପିନ୍ଧିଥାଏ ଏହା କେବଳ ତାଙ୍କ ବିଜୟ କୁ ଦର୍ଶାଇ ନଥାଏ ବରଂ ସେମାନଙ୍କ ଖେଳ ର ଭାବନା ଓ ଅନୁଶାସନ କୁ ମଧ୍ୟ ଦର୍ଶାଇଥାଏ l
୨୦୦୯ ରେ ସର୍ବ ପ୍ରଥମେ ଚମ୍ପିଆନ୍ସ ଟ୍ରଫି ରେ ଧଳା କୋଟ ପ୍ରଚଳନ କରାଯାଇଥିଲା, ଯେତେବେଳେ ଅଷ୍ଟ୍ରେଲିଆ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଧଳା କୋଟ ପିନ୍ଧିଥିଲା, ଆଇସିସି ଅନୁଯାୟୀ ଧଳା କୋଟ ସମ୍ମାନ ର ପ୍ରତୀକ, ଯାହା ଚମ୍ପିଆନ୍ସ ଟ୍ରଫିର ପ୍ରତ୍ୟେକ ମ୍ୟାଚ ର ଗୁରୁତ୍ୱ କୁ ପ୍ରତିଫଳିତ କରିଥାଏ l ଏହି ଧଳା କୋଟ ବିଜୟୀ ଦଳକୁ ସ୍ୱତନ୍ତ୍ର ପରିଚୟ ଦେଇଥାଏ ଏବଂ ଟୁର୍ନାମେଣ୍ଟ କୁ ସ୍ୱତନ୍ତ୍ର କରିଥାଏ l ଯେଉଁ ଖେଳାଳୀ ମାନେ ବିଜୟ ଲାଭ କରନ୍ତି ସେମାନେ ନିଜର ସର୍ବସ୍ବ ବାଜି ଲଗାଇ ଦେଇଥାଆନ୍ତି l