Odisha news

ନିଆଁ ଗୋରଡା ଗାଁରେ ଅଜଣା ଜନ୍ତୁକୁ ନେଇ ଆତଙ୍କ,ଜନ୍ତୁ ଆକ୍ରମଣରେ ୩ ଗୋରୁ ଆହତ

0

ନିମାପଡା,୧ା୬ା(ସବୁ୍ୟ):ନିମାପଡା ବ୍ଲକ ଚଅଁରପଦା ପଂଚାୟତ ଅଧିନ ନିଆଁଗୋରଡା ଗ୍ରାମରେ ଗତ ରବିବାର ଠାରୁ ଏକ ଅଜଣା ଜନ୍ତୁକୁ ନେଇ ଗ୍ରାମବାସୀ ମାନେ ଆତଙ୍କିତ ହୋଇପଡିଛି ।ଜନ୍ତୁ ଆକ୍ରମଣରେ ୩ଟି ଗୋରୁ  ଆହତ ହୋଇଥିବା ଜଣାପଡିଛି ।ଆଜି ଗାଁରେ ବନ ବିଭାଗ ଅଧିକାରୀ ପଂହଚି ଘଟଣା ସ୍ଥଳ ବୁଲି  ପଡିଥିବା ପାଦଚିହ୍ନ ଗୁଡିକୁ ଦେଖିଛନ୍ତି ।ଗ୍ରାମବାସୀ ହେଟା ବାଘ କହୁଥିବା ବେଳେ ବନ ବିଭାଗ ତାହା କୁକୁର ହୋଇଥାଏ ବୋଲି ଅନୁମାନ କରୁଥିବା କହୁଛି ।ପ୍ରକାଶ ଯେ,ରବିବାର ମଧ୍ୟାହ୍ନରେ ଗୋରୁ ଚରୁଥିବା ବେଳେ ଅଜଣା ଜନ୍ତୁଟି ଆକ୍ରମଣ କରିଥିଲା ।

ଗ୍ରାମର ମନୋରଂଜନ ପରିଡାଙ୍କ ୩ଟି ଗାଈ ବାଛୁରୀ ଏହି ଜନ୍ତୁ ଆକ୍ରମଣରେ ଖଣ୍ଡିଆ ଖାବରା ହୋଇଛନ୍ତି ।ସେହିଦିନ ସଂଧ୍ୟାରେ ଗ୍ରାମର ରଶ୍ମିରଂଜନ ପରିଡା,ସଂଜୀବ ଜେନା,ମନୋରଂଜନ ପରିଡା,ବିମ୍ବାଧର ଜେନା,ସମୀର ଜେନା ପ୍ରମୁଖ ଗୋଟିଏ ହେଟା ବାଘ ଗାଁରେ ବୁଲୁଥିବା ଦେଖିଥିବା କଥା ପ୍ରକାଶ କରିଛନ୍ତି  ।ଖବରପାଇ ଆଜି ଗୋପ ବନବିଭାଗ ଫରେଷ୍ଟର ବବୁଲ ମଲ୍ଲିକ  କର୍ମଚାରୀଙ୍କ ସହିତ ନିଆଁ ଗୋରଡା ଗ୍ରାମରେ ପହଂଚି ଜନ୍ତୁର ପାଦ ଚିହ୍ନ ଗୁଡିକ ଦେଖିଥିଲେ  ।

IEC 2 years
Leave A Reply