ନୂଆଦିଲ୍ଲୀ : ଆଲ୍ହାବାଦ ବିଶ୍ୱବିଦ୍ୟାଳୟ ର ପୁରାତନ ଛାତ୍ର ମାନେ ଏଭଳି ଗୋଟିଏ ବାୟୋସେନ୍ସର ଡେଭେଲପ କରିଛନ୍ତି, ଯାହାକି ଝାଳ ର ସାମ୍ପୁଲ ଦ୍ୱାରା କୋଭିଡ ସଂକ୍ରମଣ ବିଷୟରେ ଜାଣିହେବ l ନୋଏଡା ର କ୍ୱାଣ୍ଟl କେଲାକୁଲସ ରେ ବୈଜ୍ଞାନିକ ଭାବରେ କାର୍ଯ୍ୟରତ ଥିବା ୩୪ ବର୍ଷୀୟ ଅମିତ ଦୁବେ କହିଛନ୍ତି କୋଭିଡ 19 ସଂକ୍ରମଣ ବିଷୟରେ ଜାଣିବା ପାଇଁ ବାୟୋ ମେଡିକାଲ ଓ ବାୟୋସେନସିସ ଆପ୍ଲିକେସନ ପାଇଁ ଦୁନିଆର ପ୍ରଥମ ସ୍ପେସିଫିକ ଓ ଭରସା ଯୋଗ୍ୟ ଅଲଟ୍ରା ସ୍ମଲ ଗୋଲଡି ନେନୋକ୍ଲଷ୍ଟର ଡେଭେଲପ ହୋଇଛି l ତାଙ୍କର ଏହି ପ୍ରୟାସ ଦ୍ୱାରା ଶସ୍ତା କିଟ ଖୁବ ସହଜରେ ଲୋକଙ୍କ ପାଇଁ ଉପଲବ୍ଧ ହୋଇ ପାରିବ l ଏହି କୀଟ ଦ୍ୱାରା ଯେ କୌଣସି ବ୍ୟକ୍ତିର ଝାଳ ରୁ କୋଭିଡ ସଂକ୍ରମଣ ବିଷୟରେ ଜାଣିହେବ l
ନିଜର ଏହି ଗବେଷଣାକୁ ନେଇ ଗବେଷକ ଅମିତ ଦୁବେ କହିଛନ୍ତି ଯେ ବାୟୋ ସେନ୍ସର ଦ୍ୱାରା ଚିକିତ୍ସା ରେ ମଧ୍ୟ ସୁବିଧା ହୋଇପାରିବ l ସୂଚନା ଯୋଗ୍ୟ ଯେ ଭାରତରେ ବର୍ତମାନ ସୁଧା କରୋନା ରେ ପାଖାପାଖି ୫ ଲକ୍ଷ ୩୦ ହଜାର ୭୪୦ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ସାରିଛି l ଯେବେକି ଦେଶ ରେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ୧୭୮୩ ଅଟେ l
ଭାରତୀୟ ମାନେ କରୋନା ଠାରୁ ଦୁରେଇ ରହିବା ପାଇଁ ଟୀକା ମଧ୍ୟ ନେଇ ସାରିଛନ୍ତି l ଟୀକା କାରଣ ଦ୍ୱାର ନିଜକୁ ଭାରତୀୟ ମାନେ ସୁରକ୍ଷିତ ରଖୁଥିଲେ ମଧ୍ୟ ଚିକିତ୍ସା ପାଇଁ ବାୟୋସେନ୍ସର ର ନିହାତି ଆବଶ୍ୟକତା ରହିଛି l ଯାହାକୁ ଦେଶ ର ପ୍ରତ୍ୟେକ ବରଂ ର ଲୋକେ ସୁବିଧାରେ କିଣିପାରିବେ ବୋଲି ଗବେଷକ ଦୁବେ କହିଛନ୍ତି l
