ଭଦ୍ରକ, ତା୩୦ା୦୫ : ମହାମାରୀ କରୋନାରେ ପିତାମାତା ଉଭୟଙ୍କୁ ହରାଇଥିବା ୧୮ ବର୍ଷରୁ କମ୍ ପିଲାମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ସଶକ୍ତିକରଣ ଜନିତ ସୁରକ୍ଷା ନେଇ ସହାୟତା ପ୍ରଦାନ ପାଇଁ ଗତ ୨୯-୫-୨୧ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ପିଲାମାନଙ୍କ ପାଇଁ ପି.ଏମ୍.କେୟାର ଯୋଜନାରେ ଏକ ଆଭାସି କାର୍ଯ୍ୟକ୍ରମ ଜରିଆରେ ଆଜି ସହାୟତା ପ୍ରଦାନ କରାଯାଇଛି । ଏହି ଯୋଜନାର ନୋଡ଼ାଲ ମନ୍ତ୍ରାଳୟ ମହିଳା ଓ ଶିଶୁ ବିକାଶ ବିଭାଗର କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ଆଭାସି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ହିତାଧିକାରୀମାନଙ୍କୁ ଆର୍ଥିକ ସହାୟତା ସେମାନଙ୍କ ଡ଼ାକଘର ଆକାଉଣ୍ଟକୁ ପ୍ରଦାନ କରାଗଲା । ଏହି ଯୋଜନାରେ ସହାୟତା ପାଇବାକୁ ଥିବା ଭଦ୍ରକ ଜିଲ୍ଲାର ୫ ଜଣ ହିତାଧିକାରୀଙ୍କୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଏନ୍.ଆଇ.ସି. ସମ୍ମିଳନୀ କକ୍ଷରେ ଆଭାସି କାର୍ଯ୍ୟକ୍ରମ ପ୍ରଦର୍ଶନ ସହ ପାସବୁକ୍, ସ୍ୱାସ୍ଥ୍ୟକାର୍ଡ଼ ଆଦି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ବୈଷୟିକ ନିଦେ୍ର୍ଦଶକ ଏନ୍.ଆଇ.ସି. ବିଜୟ କୁମାର ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଶିଶୁଯନô ଅନୁଷ୍ଠାନମାନଙ୍କର ସମନ୍ୱୟ କର୍ମକର୍ତ୍ତା ଭାବେ ଲଲାଟେନ୍ଦୁ ମହାନ୍ତି ଏବଂ ଏହିି କାର୍ଯ୍ୟକ୍ରମର ସଂଯୋଜକ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଯୋଜନାର ହିତାଧିକାରୀମାନଙ୍କୁ ୧୮ ବର୍ଷ ବୟସ ହେଲାବେଳକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ନେଇ ବୟସ ଅନୁଯାୟୀ ପାସ୍ବୁକ୍ରେ ଅର୍ଥ ଜମା କରାଗଲା ।
୧୮ ରୁ ୨୩ ବର୍ଷ ପର୍ଯ୍ୟନ୍ତ ଉକ୍ତ ଜମାର ସୁଧରାଶିକୁ ଷ୍ଠାଇପେଣ୍ଡ ଆକାରରେ ଉପଲବ୍ଧ ସହିତ ୨୩ ବର୍ଷ ବୟସରେ ନିଜ ପାଇଁ ଚୁଡ଼ାନ୍ତ ୧୦ ଲକ୍ଷ ଟଙ୍କା ହିତାଧିକାରୀଙ୍କୁ ଉପଲବ୍ଧ ହେବ । ପ୍ରତ୍ୟେକ ହିତାଧିକାରୀଙ୍କୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା କାର୍ଡ଼ ପ୍ରଦାନ କରାଯାଇଛି । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଉକ୍ତ ବୀମା ଜରିଆରେ ଚିକିସôାଜନିତ ସମସ୍ତ ସୁବିଧା ହିତାଧିକାରୀମାନଙ୍କୁ ମିଳିବ । ଭଦ୍ରକ ଜିଲ୍ଲାର ଥିବା ୫ ଜଣ ହିତାଧିକାରୀ ଦୁଇଟି ପରିବାରର । ନନ୍ଦପୁର, ତିହିଡ଼ି ର ୨ୟ ଶ୍ରେଣୀରେ ପଢ଼ୁଥିବା ଜଗତାନନ୍ଦ ନାଥ, ୬ଷ୍ଠ ଶ୍ରେଣୀରେ ପଢ଼ୁଥିବା ଅଞ୍ଜନା ନାଥ, ତିହିଡ଼ି କଲେଜରେ +୨ ପଢ଼ୁଥିବା କଳ୍ପନା ନାଥ, ଏହି ୩ଜଣ ଭାଇ ଭଉଣୀ ନିଜ ଜେଜେବାପାଙ୍କ ତତ୍ତ୍ୱାବଧାନରେ ଥିବା ବେଳେ ମହାନ୍ତିପଡ଼ା ବନ୍ତ ର ୬ଷ୍ଠ ଶ୍ରେଣୀରେ ପଢ଼ୁଥିବା ସ୍ୱୟମ ପ୍ରକାଶ ସାହୁ ଏବଂ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଆତୁତୋଷ ସାହୁ ନିଜ ସର୍ମ୍ପକୀୟଙ୍କ ତତ୍ତ୍ୱାବଧାନରେ ଅଛନ୍ତି । ଜିଲ୍ଲାପାଳଙ୍କ ସୁପାରିଶ୍କ୍ରମେ ଏ ଦୁଇ ଭାଇ କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ୁଛନ୍ତି । ସୂଚନାଯୋଗ୍ୟକି ୧୧-୩-୨୦ ରୁ ୩୧-୧୨-୨୧ ମଧ୍ୟରେ କୋଭିଡ଼୍ରେ ପିତୃମାତୃହୀନ ହୋଇଥିବା ପିଲାମାନେ ଏହି ଯୋଜନାରେ ହିତାଧିକାରୀ ହୋଇପାରିଥିଲେ । ପି.ଏମ୍.କେୟାର ପାଣ୍ଠି ୨୭-୩-୨୦ରେ ପଞ୍ଜିକୃତ ହୋଇଥିଲା ଏବଂ ୨୯-୫-୨୧ରେ ଶୁଭାରମ୍ଭ ହୋଇଥିଲା । ତେଣୁ ୨୯-୫-୨୧ ରୁ ୩୧-୧୨-୨୧ ପର୍ଯ୍ୟନ୍ତ ହିତାଧିକାରୀମାନଙ୍କ ନାମ ତାଲିକାଭୁକ୍ତ କରାଯାଇଥିଲା
