Odisha news

ଅବ୍ୟବସ୍ଥା ମଧ୍ୟରେ ବୈଶିଙ୍ଗା ଡାକ୍ତରଖାନା ରେ କୋଭିଡ ଟିକାକରଣ

ବୈଶିଙ୍ଗା : ବୟସ୍କ ବ୍ଯକ୍ତି ଙ୍କ ପାଇଁ ସରକାର ଙ୍କ ତରଫରୁ ବିନାମୂଲ୍ୟରେ କୋଭିଡ ଟିକାକରଣ ଯୋଜନା ବ୍ଲକ ସ୍ତରରେ ଚାଲିଥିବା ବେଳେ ଆଜି ଠାରୁ ବୈଶିଙ୍ଗା ଡାକ୍ତରଖାନା ରେ ଆରମ୍ଭ ହୋଇଛି। ମାତ୍ର ଦୈନିକ କେତେ ଷ୍ଟାଫ୍ ଙ୍କ ଜରିଆରେ କେତେ ଜଣଙ୍କୁ ଦିଆଯାିପାରିବ ତାର ଆକଳନ ନ କରି ଆଶାକର୍ମୀ, ଅଙ୍ଗନବାଡି ଓ ଏଏନଏମ୍ ଙ୍କ ଜରିଆରେ ଲୋକଙ୍କୁ ଟୀକା ଦିଆଯିବା ବିଷୟରେ ଖବର ଦିଆଗଲା। ଫଳରେ ପୁରୁଣିଆ, ଅଁଳା, ମେର୍ଦ୍ଦା, ପାଟଳିପୁରା ଆଦି ଦୂର ଦୂର ପଞ୍ଚାୟତ ରୁ ଶହ ଶହ ବ୍ରୁଦ୍ଧ ଓ ବ୍ରୁଦ୍ଧା ଆସି ସକାଳ ୮ଟା ରେ ଡାକ୍ତରଖାନା ରେ ପହଞ୍ଚି ଗଲେ ଏବଂ ନିଜର ପରଚୟ ପତ୍ର ମଧ୍ଯ ଦେଇଦେଲେ। ପଞ୍ଜିକରଣ ଆରମ୍ଭ ବେଳକୁ ଅଧିକ ଭିଡ ହେବା ଯୋଗୁଁ ସିରିୟଲ ର ତାଳମେଳ ନ ରହିବା ଯୋଗୁଁ ପଛରେ ଆସିଥିବା ଲୋକ ପ୍ରଥମେ ପାଇଲା ଏବଂ ପ୍ରଥମ ଲୋକ ପଛକୁ ପଳାଇଗଲେ। ଫଳରେ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଅପେକ୍ଷା କରିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନ ଥିବାରୁ ପ୍ରଚଣ୍ଡ ଖରାରେ ଛିଡା ହେବାକୁ ପଡିଥିଲା। ଶେଷରେ ଲୋକମାନଙ୍କୁ ବୁଝାସୁଝା କରି ବସିବାର ବ୍ୟବସ୍ଥା କରାଯାଇଥିଲା ଏବଂ ଟୀକାକରଣ କରାଯାଇଥିଲା

Govt

Comments are closed.