Odisha news

ଓଡ଼ିଶାରେ ଆସନ୍ତା ୧୬ରେ କରୋନା ଟିକାକରଣ ହେବ : ୧୬୦ଟି ଟିକାକରଣ କେନ୍ଦ୍ରରେ ଦୈନିକ ୧୦୦ ଜଣଙ୍କୁ ଟିକା ଦିଆଯିବ

0

ରାଜ୍ୟରେ ଆସନ୍ତା ୧୬ରେ କରୋନା ଟିକାକରଣ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ୧୬୦ଟି ଟିକାକରଣ କେନ୍ଦ୍ରରେ ଦୈନିକ ୧୦୦ ଜଣଙ୍କୁ ଟିକା ଦିଆଯିବ ବୋଲି କଟକ ଏସସିବିର ଭେଷଜ ବିଭାଗର ବିଭାଗୀୟ ମୁଖ୍ୟ ତଥା ରାଜ୍ୟ କୋଭିଡ ପରିଚାଳନା ସଂକ୍ରାନ୍ତୀୟ ବୈଷୟିକ ପରାମର୍ଶଦାତା ଡାକ୍ତର ପ୍ରଫେସର ଜୟନ୍ତ କୁମାର ପଣ୍ଡା କହିଛନ୍ତି। ସେ କହିଛନ୍ତି ଯେ ଟିକାକରଣ କେନ୍ଦ୍ରଗୁଡିକରେ ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଟିକା ଦିଆଯିବ।

ଡାକ୍ତର ପଣ୍ଡା କହିଛନ୍ତି ଯେ ରାଜ୍ୟ ସରକାର ଉଭୟ ସରକାରୀ ଓ ବେସରକାରୀ ୧୬୦ଟି କେନ୍ଦ୍ରରେ ଟିକା ଦେବା ବ୍ୟବସ୍ଥା କରିଛନ୍ତି ଓ ଗୋଟିଏ କେନ୍ଦ୍ରରେ ଦୈନିକ ସର୍ବାଧିକ ୧୦୦ ଜଣଙ୍କୁ ଟିକା ଦିଆଯିବ। ଯଦି କୌଣସି କେନ୍ଦ୍ରରେ ୧୦୦ରୁ କମ ହିତାଧିକାରୀ ଥାନ୍ତି ସେ କ୍ଷେତ୍ରରେ ୨/୩ଟି ଟିକାକରଣ କେନ୍ଦ୍ରକୁ ମିଶାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ସେ କହିଛନ୍ତି ଯେ ଏହି ଟିକାକରଣ ପ୍ରକ୍ରିୟାରେ ସମସ୍ତଙ୍କୁ ଅବଗତ କରାଯାଇ ଓ ଡାକି ଟିକାକରଣ କରାଯିବ। ଯଦି କୌଣସି କେନ୍ଦ୍ରରେ ନିର୍ଦ୍ଧାରିତ ସଂଖ୍ୟକ ହିତାଧିକାରୀ ନ ଆସନ୍ତି ତେବେ ସେ କ୍ଷେତ୍ରରେ ନ ଆସିପାରୁଥିବା ହିତାଧିକାରୀ ଜିଲ୍ଲା ମୁଖ୍ୟଙ୍କୁ ଜଣାଇବେ। ସେହି ସ୍ଥାନରେ ଅନ୍ୟ କୌଣସି ହିତାଧିକାରୀଙ୍କୁ ସାମିଲ କରାଯିବ ନାହିଁ।

Nalco
Leave A Reply