କୋଭିଡ଼ ଆଇଶୋଲେସନ କେନ୍ଦ୍ର ପାଲଟିଛି ବୁଲା କୁକୁରଙ୍କ ଆଶ୍ରୟସ୍ଥଳ ରାଜ୍ୟସ୍ୱତନ୍ତ୍ରସ୍ୱାସ୍ଥ୍ୟ By On Sep 23, 2020 0 Share କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଲୟ କୋଭିଡ଼ ଆଇଶୋଲେସନ କେନ୍ଦ୍ରର ବେଡ଼ ଏବେ ବୁଲା କୁକୁରଙ୍କ ଆଶ୍ରୟ ସ୍ଥଳ ପାଲୋଟିଥିବା ଦେଖିବାକୁ ମିଳିଛି .କୋଭିଡ଼ ରୋଗୀ ମାନଙ୍କ ପାଇଁ ପ୍ରସ୍ତୁତ ଏହି କେନ୍ଦ୍ରର ବେଡ଼ ଗୁଡ଼ିକ ଉପରେ ବୁଲା କୁକୁର ଶୋଇଥିବା ବେଳେ l ମେଡିକାଲ ପ୍ରଶାସନ ଅପାରଗତା ଓ ଦାଇତ୍ୱ ହୀନତାର ପ୍ରମାଣ କରୁଛି l କେନ୍ଦ୍ରାପଡ଼ା ମେଡିକାଲରେ କରୋନା ରୋଗୀ ମାନଙ୍କ ପାଇଁ ଆଇସୋଲେସନ କେନ୍ଦ୍ରରେ ତତ୍କାଳ ସୁବିଧା ଯୋଗଇ ଦେବା ବ୍ୟବସ୍ଥା ରହିଛି .ସଫେଦ ଗଦି ଏବଂ ଏହା ଉପରେ ବେଡ଼ କଭର ମଧ୍ୟ ପଡିଛି l ଆଲୋକ ଏବଂ ପଙ୍ଖା ବ୍ୟବସ୍ଥା ମଧ୍ୟ୍ୟ ରହିଛି କିନ୍ତୁ ଏଠି ସୁବିଧା ରୋଗୀ ବାଦଲରେ ବୁଲା କୁକୁରକୁ ମିଳୁଥିବା ଦେଖିବାକୁ ମିଳୁଛି l ଏପରିକି ଏଠାରେ ଦୁଇଟି ବେଡ଼ ରହିଥିବା ବେଳେ ଏହି ବେଡ଼ ଉପରେ 3ଟି ବୁଲା କୁକୁର ସୋଇଥିବା ବେଳେ ବେଡ଼ ତଳେ ମଧ୍ୟ୍ୟ କେତେ ଗୁଡ଼ିକ କୁକୁର ଶୋଇଥିବା ର ଦୃଶ୍ୟ ସାମ୍ନାକୁ ଆସିଛି l ଏ ସମ୍ପକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରିଣୀ ସହ ଯୋଗାଯୋଗ କରିଥିଲେ ମଧ୍ୟ୍ୟ ଯୋଗାଯୋଗ ହୋଇପରି ନାହିଁ l 0 Share