Odisha news

କୋଭିଡ୍‌ ଟୀକା ପାଇଁ ଶାର୍କ ବଂଶନାଶ !!

0

ସାଧାରଣ ଲୋକଙ୍କ ପାଖରେ କେବେ କରୋନା ଟୀକା ପହଞ୍ଚିବ ସେ ନେଇ କୌଣସି କମ୍ପାନୀ ଗ୍ୟାରେଣ୍ଟି ଦେଇପାରୁନାହାନ୍ତି । ଏବେ ସୁଦ୍ଧା ତିଆରି ହୋଇଥିବା ଟୀକାକୁ ନେଇ ବିଭିନ୍ନ ପ୍ରକାର ଆଶଙ୍କା ରହିଛି । କୋଭିଡ-୧୯ ଭାକ୍‌ସିନ୍‌ ତିଆରି କରିବା ପାଇଁ ଯେଉଁ ପ୍ରାକୃତିକ ତେଲ ଆବଶ୍ୟକ ତାହା ଶାର୍କର ଲିଭର୍‌ରେ ରହିଛି । ଏହି ତେଲକୁ କୁହାଯାଉଛି ସ୍କେ୍ୱଲିନ୍‌ । ପୃଥିବୀସାରା ଲୋକଙ୍କୁ ୨ ଡୋଜ୍‌ ଟୀକା ଉପଲବ୍ଧ କରାଇବାକୁ ହେଲେ ତେଲ ସଂଗ୍ରହ ପାଇଁ ୫ ଲକ୍ଷ ଶାର୍କଙ୍କୁ ମାରିବାକୁ ପଡ଼ିବ । ଟୀକା ପାଇଁ ବୈଜ୍ଞାନିକମାନେ ଅନ୍ୟ ବିକଳ୍ପ ଉପରେ ଧ୍ୟାନ ଦେବା ଆରମ୍ଭ କରିଦେଇଛନ୍ତି କାରଣ ବନ୍ୟଜୀବ ସଂରକ୍ଷଣବାଦୀମାନେ ଶାର୍କ ମାରିବାକୁ ବିରୋଧ କରୁଛନ୍ତି । ଅନେକ ସହାୟକ ଔଷଧ ପାଇଁ ଏବେ ବି ସ୍କେ୍ୱଲିନ୍‌ ବ୍ୟବହାର କରାଯାଉଛି । ସ୍କେ୍ୱଲିନ୍‌ର ରୋଗପ୍ରତିରୋଧକ କ୍ଷମତା ଥିବାରୁ ଏହା କରୋନା ଟୀକା ପାଇଁ ପ୍ରଭାବୀ ହେବ ବୋଲି କୁହାଯାଉଛି । ବ୍ରିଟିଶ୍‌ ଫାର୍ମା କମ୍ପାନୀ ଗ୍ଲେକ୍ସୋସ୍ମିଥକ୍ଲାଇନ୍‌ ଏବେ ଫ୍ଲì ଭାକ୍‌ସିନ୍‌ ପ୍ରସ୍ତୁତ କରିବା ପାଇଁ ସ୍କେ୍ୱଲିନ୍‌ ଉପଯୋଗ କରୁଛି । ଏହି କମ୍ପାନୀ କରୋନା ଟୀକାର ୧୦୦ କୋଟି ଡୋଜ୍‌ ତିଆରି କରିବ । ବିଶେଷଜ୍ଞମାନେ କହିଛନ୍ତି, ୧ ଟନ୍‌ ସ୍କେ୍ୱଲିନ୍‌ ପାଇଁ ୩୦୦୦ ଶାର୍କ ମାରିବାକୁ ପଡ଼ିବ । ବିଶ୍ୱ ଜନସଂଖ୍ୟାର ୧ ଡୋଜ୍‌ ଭାକ୍‌ସିନ୍‌ ତିଆରି କରିବାକୁ ୨,୫୦,୦୦୦ ଶାର୍କଙ୍କୁ ମାରିବାକୁ ପଡ଼ିବ । ଏହ ପୁଣି ଭାକ୍‌ସିନ୍‌ ବ୍ୟବହାରର ମାତ୍ରା ଉପରେ ନିର୍ଭର କରୁଛି । ଜଣେ ବନ୍ୟପ୍ରାଣୀ ବିଶେଷଜ୍ଞ କହିଛନ୍ତି, ବନ୍ୟଜୀବଙ୍କୁ ମାରିବା କେବେ ବି ସ୍ଥାୟୀ ବିକଳ୍ପ ନୁହେଁ । ଏ ସମୟରେ ଶାର୍କଙ୍କର ପ୍ରଜନନ ବହୁତ କମ୍‌ । ଅପରପକ୍ଷରେ ମହାମାରୀ କେବେ ପର୍ଯ୍ୟନ୍ତ ରହିବ ସେ ନେଇ କିଛି ନିଶ୍ଚିତଭାବେ କୁହାଯାଇପାରିବ ନାହିଁ । ଯଦି ଆମେ ସ୍କେ୍ୱଲିନ୍‌ ପାଇଁ ଶାର୍କ ଶିକାର କରିଚାଲିବା ପ୍ରତିବର୍ଷ କେତେ ଶାର୍କ ମରିବେ କଳନା କରାଯାଇପାରିବ ନାହିଁ । ସ୍କେ୍ୱଲିନ୍‌
ପାଇଁ ପ୍ରତିବର୍ଷ ପ୍ରାୟ ୩୦ ଲକ୍ଷ ଶାର୍କଙ୍କୁ ହତ୍ୟା କରାଯାଉଛି । ଭାକ୍‌ସିନ୍‌ ସମେତ କସ୍‌ମେଟିକ୍ସ ଓ ମେଶିନ୍‌ ଅଏଲ ପାଇଁ ଏହାର ବ୍ୟବହାର କରାଯାଉଛି । ଅଧିକ ସ୍କେ୍ୱଲିନ୍‌ ଥିବା ଗଲ¬ର ପ୍ରଜାତିର ଶାର୍କ ଲୋପ ପାଇବାକୁ ବସିଲାଣି ।

Nalco
Leave A Reply