Odisha news

ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଲୋକସଭାରେ ଉତ୍ତର : ୮୦୨ କୋଟି ଟଙ୍କା ଓଡ଼ିଶାକୁ କୋଭିଡ୍‍ ପରିଚାଳନା ପାଇଁ ମିଳିଛି

0

ନୂଆଦିଲ୍ଲୀ : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଇତି ମଧ୍ୟରେ ମୋଟ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୫ ହଜାର ୫୫୦ରେ ପହଞ୍ଚିଛି। ତେବେ କୋଭିଡ୍‍ ପରିଚାଳନା ପାଇଁ କେନ୍ଦ୍ର ସରକାର ରାଜ୍ୟ ସହାୟତା‌ ଦେବାରେ ହେଳା କରି ନାହାନ୍ତି।

ଗତ ଅଗଷ୍ଟ ୩୧ ସୁଦ୍ଧା ଓଡ଼ିଶାକୁ କୋଭିଡ୍‍ ପରିଚାଳନା ପାଇଁ ୮୦୨ କୋଟି ଟଙ୍କା ମିଳିଛି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହା କହିଛନ୍ତି।

ଏହି ଅର୍ଥ ଏସ୍‍ଡିଆର୍‍ଏଫ୍‍ରୁ ପ୍ରଦାନ କରାଯାଇଛି। ଏହାସହିତ ମହାରାଷ୍ଟ୍ରକୁ ସର୍ବାଧିକ ୧୬୧୧ କୋଟି  ଟଙ୍କା, ଉତ୍ତର ପ୍ରଦେଶକୁ ୯୬୬ କୋଟି ଓ ମଧ୍ୟପ୍ରଦେଶକୁ ୯୧୦ କୋଟି ଟଙ୍କା ମିଳିଥିବା ନେଇ ସେ ସୂଚନା ଦେଇଛନ୍ତି। ମହାରାଷ୍ଟ୍ର, ୟୁପି ଓ ମଧ୍ୟପ୍ରଦେଶ ପରେ ଓଡ଼ିଶାକୁ ଚତୁର୍ଥ ସର୍ବାଧିକ ଅନୁଦାନ ପ୍ରଦାନ କରାଯାଇଛି ।

ସେହିପରି କର୍ଣ୍ଣାଟକକୁ ୭୯୧, ରାଜସ୍ଥାନକୁ ୭୪୦ ଓ ବିହାରକୁ ୭୦୮ କୋଟି ଟଙ୍କା ପ୍ରଦାନ କରାଯାଇଥିବା ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି ।

Nalco
Leave A Reply