Odisha news

ଦେଶରେ କୋଭିଡ-19 ନମୁନା ପରୀକ୍ଷଣରେ ନୀରବଚ୍ଛିନ୍ନ ଅଗ୍ରଗତି : ଗତ 24 ଘଣ୍ଟା ମଧ୍ୟରେ 11.50 ଲକ୍ଷରୁ ଉର୍ଦ୍ଧ୍ଵ ନମୁନା ପରୀକ୍ଷା

0

ଦେଶରେ କରୋନା ସଂକ୍ରମିତଙ୍କ ଦୈନିକ ଆରୋଗ୍ୟ ସଂଖ୍ୟା ପାଖାପାଖି 75 ହଜାର ହୋଇଥିବା ବେଳେ ନମୁନା ପରୀକ୍ଷାରେ ମଧ୍ୟ ରେକର୍ଡ ସୃଷ୍ଟି ହୋଇଛି । କେବଳ ଗତ 24 ଘଣ୍ଟା ମଧ୍ୟରେ 11.50 ଲକ୍ଷରୁ ଉର୍ଦ୍ଧ୍ଵ ନମୁନା ପରୀକ୍ଷା କରାଯାଇଛି । ବିଶ୍ଵରେ ଦୈନିକ ନମୁନା ପରୀକ୍ଷଣରେ ଭାରତ ଅନ୍ୟାନ୍ୟ ଦେଶ ତୁଳନାରେ ବହୁ ଆଗରେ ରହିଛି । ଦୈନିକ ନମୁନା ପରୀକ୍ଷଣ 11 ଲକ୍ଷରୁ ଅଧିକ ହୋଇପାରିଛି । ଗତ 24 ଘଣ୍ଟା ମଧ୍ୟରେ 11,54,539ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ଜାତୀୟ ରୋଗ ନିରୂପଣ ସାମର୍ଥ୍ୟ ମଧ୍ୟ ବୃଦ୍ଧି ପାଇଛି । ଏଥିସହିତ ମୋଟ ନମୁନା ପରୀକ୍ଷା ସଂଖ୍ୟା 5.18 କୋଟିରୁ ଅଧିକ (5,18,04,677)କୁ ଅତିକ୍ରମ କରିଛି ।

ଅଧିକରୁ ଅଧିକ ନମୁନା ପରୀକ୍ଷଣ ଦ୍ଵାରା ସଅଳ ରୋଗ ନିରୂପଣ ଓ ଉପଯୁକ୍ତ ଉପଚାର ସମ୍ଭବ ହୋଇପାରୁଛି । ଏହାଫଳରେ ମୃତ୍ୟୁହାର କମ (ଆଜି 1.69 ପ୍ରତିଶତ) ହେଉଥିବାବେଳେ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଇଛି । ବିଭିନ୍ନ ପଦ୍ଧତିରେ ରୋଗ ନିରୂପଣ ଅଧିକରୁ ଅଧିକ ପରୀକ୍ଷାଗାର ଯୋଗୁଁ ସମ୍ଭବ ହୋଇଛି । ଏହାକୁ ଭିତ୍ତିକରି ନିୟୁତ ପିଛା ପରୀକ୍ଷା ସଂଖ୍ୟା ମଧ୍ୟ ବୃଦ୍ଧି ପାଇ 37,539ରେ ପହଞ୍ଚିଛି ଯାହା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଚଳିତ ବର୍ଷ ଜାନୁଆରୀରେ ପୁଣେର ଏକମାତ୍ର ପରୀକ୍ଷାଗାରରୁ ଦେଶର କରୋନା ନମୁନା ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଦେଶର 1678ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି । ସେଥିରୁ 1040ଟି ସରକାରୀ ଓ 638ଟି ଘରୋଇ ପରୀକ୍ଷାଗାର ରହିଛି ।

 

Leave A Reply