Odisha news

କୋଭିଡ ଯୋଦ୍ଧାଙ୍କ ସମ୍ନାନ ପାଇଁ ନିରବ ପ୍ରାର୍ଥନା ଓ ଶପଥ ପାଠ

0

କଣିହାଁ,୫/୮(ସବ୍ୟୁ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ସାରା ଓଡିଶାରେ ବୁଧବାର ସଂଧ୍ୟା ୬ଘଟିକା ସମସୟରେ କରୋନା ଯୋଦ୍ଧାଙ୍କ ସମ୍ମାନ ନମିତ ୧ମିନିଟ ନିରବ ପ୍ରାର୍ଥନା କରାଯିବା ସହ ଶପଥ ପାଠ କରାଯାଇଛି । କଣିହାଁ ବ୍ଲକର ବ୍ଲକ ଅଫିସ ସହ ବିଭିନନ ସରକାରୀ କାର୍ଯ୍ୟାଳୟ, କଣିହାଁ ଥାନା, ଏନଟିପିସି, ସମଲ, ରେଙ୍ଗାଳି ଇତ୍ୟାଦି ଥାନାରେ କରୋନା ଯୋଦ୍ଧାଙ୍କ ସମ୍ନାନ ନିମିତ ୧ମିନିଟ ନିରବ ପ୍ରାର୍ଥନା କରାଯିବା କରୋନା ଦାଉରୁ ରକ୍ଷା ପାଇବା ପାଇଁ ସଚେତନତା ଶପଥପାଠ କରାଯାଇଥିଲା । କଣିହାଁ ବ୍ଲକରେ ବିଡିଓ ରମେଶ କୁମାର ଜେନା, କଣିହାଁ ଥାନାରେ ଆଇଆଇସି ପ୍ରଭାତ କୁମାତ ତ୍ରିପାଠୀ ଏବଂ ବିଭିନ୍ନ କାର୍ଯ୍ୟାଳୟର ବିଭାଗୀୟ ମୁଖ୍ୟଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସଂପାଦନ କରାଯାଇଥିଲା ।

IEC 2 years
Leave A Reply