Odisha news

ଭଞ୍ଜନଗର କୋର୍ଟରେ ଇ- ସେବା କେନ୍ଦ୍ରର ଶୁଭାରମ୍ଭ

ଭଞ୍ଜନଗର,୫/୪(ଆପ୍ର)ଭଞ୍ଜନଗର କୋର୍ଟ ହତା ପରିସରରେ ଇ-ସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏହି ଇ- ସେବା କେନ୍ଦ୍ରକୁ ଉଦଘାଟନ କରିବା ପରେ ଏହା ଜନସାଧାରଣଙ୍କ ସେବାରେ ଉତ୍ସର୍ଗ କରାଯାଇଛି । ଭଞ୍ଜନଗର ଅତିରିକ୍ତ ଜିଲ୍ଲ ଦୌରା ଜଜ୍ ଡକ୍ଟର ଅରୁଣ କୁମାର ସାହୁ ଏହାକୁ ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ । ଏହି ଉଦଘାଟନ ଉତ୍ସବରେ ସବଜଜ୍ ବେଦ ପ୍ରକାଶ, ଏସଡିଜେଏମ୍ ଯୁଧିଷ୍ଟିର ଦଳାଇ ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ଏହି ଉଦଘାଟନ ଉତ୍ସବରେ ବହୁ ବରିଷ୍ଠ ଓକିଲ ଉପସ୍ଥିତ ରହିଥିଲେ । ଓକିଲ ସଂଘର ନୂତନ ସଭାପତି ସନ୍ତୋଷ କୁମାର ନାୟକଙ୍କ ସମେତ ବରିଷ୍ଠ ଓକିଲ ଏମ୍ ତାଜ ଆଦେନୀ, ସନ୍ତୋଷ କୁମାର ତିଆଡି, ସରକାରୀ ଓକିଲ ଦିବାକର ନାୟକ, ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ରଜତ କୁମାର ଦାଶ, ଜ୍ଞନେନ୍ଦ୍ର ନାୟକ, ଧୀରେନ କୁମାର ସ୍ୱାଇଁ, ଖରାଂଶୁ ଶେଖର ଦାଶ, ସନ୍ତୋଷ କୁମାର ପାଳ, ଅଳକା ମଞ୍ଜରୀ ପଟ୍ଟନାୟକ, ରବି ଦାସଙ୍କ ସମେତ ବହୁ ଓକିଲ ବନ୍ଧୁ ଉପସ୍ଥିତ ରହିଥିଲେ । ଆଜି ସାରା ରାଜ୍ୟରେ ଏକା ସମୟରେ ଏହି ଇ – ସେବା କେନ୍ଦ୍ର ଉଦଘାଟିତ ହୋଇଛି । ଏହାଦ୍ୱାରା ଜନସାଧାରଣ ଏଣିକି ବ୍ୟକ୍ତିଗତଭାବେ ଏହାର ଲାଭ ନେଇପାରିବେ ଓ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ହେବବୋଲି ଏଡିଜେ ଡକ୍ଟର ସାହୁ ନିଜ ପ୍ରତିକି୍ରୟାରେ ଉଲ୍ଲେଖ କରିଛନ୍ତି ।

IEC 2 years

Comments are closed.