ଦୁନିଆରେ ବିଭିନ୍ନ ଧର୍ମାବଲମ୍ବୀ ର ଲୋକେ ବାସ କରନ୍ତି l ଯେଉଁଥିରେ ହିନ୍ଦୁ ଧର୍ମ ମଧ୍ୟ ଗୋଟିଏ ମୁଖ୍ୟ ଧର୍ମ ମଧ୍ୟରେ ସ୍ଥାନ ପାଇଛି l ହିନ୍ଦୁ ଧର୍ମ କୁ ଈସାଈ ଓ ଇସ୍ଲାମ ପରେ ସବୁଠୁ ବଡ଼ ତୃତୀୟ ଧର୍ମ ଭାବରେ ଫଲୋ କରାଯାଇ ଥାଏ l
ସବୁଠୁ ହିନ୍ଦୁ ବହୁଳ ରାଷ୍ଟ୍ର –
ଆଜି ଆମେ ଆପଣଙ୍କୁ କହିବୁ ସର୍ବାଧିକ ହିନ୍ଦୁ ଧର୍ମାବଲମ୍ବୀ ଲୋକେ କେଉଁଠି ବାସ କରି ଥାଆନ୍ତି l
– ଭାରତ –
ଭାରତ ଗୋଟିଏ ହିନ୍ଦୁ ବହୁଳ ରାଷ୍ଟ୍ର ଭାବରେ ଜଣାଶୁଣା l ଏଠାରେ ସର୍ବାଧିକ ହିନ୍ଦୁ ବାସ କରନ୍ତି l ହିନ୍ଦୁ ଜନସଂଖ୍ୟା ରେ ଭାରତର ସ୍ଥାନ ସବୁଠୁ ଉର୍ଧ୍ଵ ରେ ରହିଛି l ୱାର୍ଲଡ ପପୁଲେସନ ରିଭ୍ୟୁ ର ଗୋଟିଏ ରିପୋର୍ଟ ଅନୁସାରେ , ଭାରତରେ ୧୦୦ କୋଟି ଅର୍ଥାତ ୧ ଆରବ ରୁ ଅଧିକ ହିନ୍ଦୁ ବାସ କରନ୍ତି l
– ନେପାଳ :
ଭାରତର ପଡୋଶୀ ଦେଶ ନେପାଳ ହିନ୍ଦୁ ଧର୍ମାବଲମ୍ବୀ ଜନସଂଖ୍ୟା ର ଦ୍ଵିତୀୟ ସ୍ଥାନରେ ରହିଛି l ରିପୋର୍ଟ ଅନୁସାରେ ଏଠାରେ ଏଠାରେ ୨କୋଟି ୮୬ ଲକ୍ଷ ହିନ୍ଦୁ ବାସ କରନ୍ତି l ଯଦି ପ୍ରତିଶତ ହିସାବରେ ଦେଖିବା ତେବେ ନେପାଳ ରେ ଭାରତ ଅପେକ୍ଷା ସର୍ବାଧିକ ହିନ୍ଦୁ ଙ୍କ ସଂଖ୍ୟା ରହିଛି l ନେପାଳ ର ସମୁଦାୟ ଜନସଂଖ୍ୟା ର ୮୦ ପ୍ରତିଶତ ହିନ୍ଦୁ ଧର୍ମାବଲମ୍ବୀ ଅଟନ୍ତି l ଯଦି ଆମେ ପ୍ରତିଶତ ହିସାବରେ ଦେଖିବା ତେବେ ଭାରତରେ ଏହା ୭୮ ପ୍ରତିଶତ ଅଟେ l
– ବଙ୍ଗଳାଦେଶ :
ସର୍ବାଧିକ ହିନ୍ଦୁ ଙ୍କ ଧର୍ମାବଲମ୍ବୀ ସଂଖ୍ୟା ଅନୁସାରେ ଭାରତ ଓ ନେପାଳ ପରେ ବଙ୍ଗଳାଦେଶ ଆସିବ l ତୃତୀୟ ସ୍ଥାନରେ ବଙ୍ଗଳାଦେଶ ରହିଛି l ଏଠାରେ ପାଖାପାଖି ୧କୋଟି ୩୭ ଲକ୍ଷ ହିନ୍ଦୁ ବାସ କରନ୍ତି l
– ଇଣ୍ଡୋନେସିଆ :
ସର୍ବାଧିକ ହିନ୍ଦୁ ଧର୍ମାବଲମ୍ବୀ ଙ୍କ ସଂଖ୍ୟା ଅନୁସାରେ ଇଣ୍ଡୋନେସିଆ ଚତୁର୍ଥ ସ୍ଥାନରେ ରହିଛି । ସଂପୂର୍ଣ୍ଣ ଜନସଂଖ୍ୟା ର ୪୨ ଲକ୍ଷ ହିନ୍ଦୁ ଏଠାରେ ବାସ କରୁଛନ୍ତି l