Odisha news

କରୋନା କାଳରେ କିଏ କାଙ୍ଗାଳ ତ କିଏ କୋଟିପତି

0

କରୋନା ମହାମାରୀ ଯୋଗୁ ଅନେକ ଦେଶର ଅର୍ଥବ୍ୟବସ୍ଥାକୁ ବଡ଼ ଝଟ୍‌କା ଲାଗିଥିବାବେଳେ ଅସଂଖ୍ୟ ଲୋକ ଜୀବିକା ହରାଇ କାଙ୍ଗାଳ ହୋଇଯାଇଛନ୍ତି । ଅପରପକ୍ଷେ ଚୀନ୍‌ର ଅନେକ ଉଦ୍ୟୋଗପତି ଏହି ପ୍ରତିକୂଳ ପରିସ୍ଥିତିକୁ ନୂଆ ଅବସରରେ ପରିବର୍ତ୍ତନ କରିଛନ୍ତି । ବୋତଲବନ୍ଦ ପାଣି ଓ କରୋନା ଟୀକା ତିଆରି କରୁଥିବା ଚୀନା ବ୍ୟବସାୟୀ ଟାୟକୁନ୍‌ ଝୋଙ୍ଗ ଶାନଶାନଙ୍କ ସମ୍ପତ୍ତିରେ ଯଥେଷ୍ଟ ବୃଦ୍ଧି ହୋଇଛି । ଝୋଙ୍ଗ ଧନୀ ତାଲିକାରେ ଶୀର୍ଷରେ ଥିବା ରଇସ୍‌ ଅଲୀବାବାର ଜ୍ୟାକ୍‌ ମା’ଙ୍କୁ ବି ପଛରେ ପକାଇଛନ୍ତି । ମୁକେଶ ଅମ୍ବାନିଙ୍କ ପରେ ଝୋଙ୍ଗ ଏବେ ଏସିଆର ଦ୍ୱିତୀୟ ଧନୀ ବ୍ୟକ୍ତି । ଝୋଙ୍ଗଙ୍କ ମୋଟ ସମ୍ପତ୍ତି ୫୯.୭ ବିଲିୟନ୍‌ ଡଲାର ଯାହା ଜ୍ୟାକ୍‌ ମା’ଙ୍କ ସମ୍ପତ୍ତିରୁ ୨ ବିଲିୟନ୍‌ ଡଲାର ଅଧିକ । ୨୦୨୦ରେ ଝୋଙ୍ଗଙ୍କ ସମ୍ପତ୍ତିରେ ୫୧.୯ ବିଲିୟନ୍‌ ଡଲାର ବୃଦ୍ଧି ହୋଇଛି । ବୋତଲ ବନ୍ଦ ପାଣି ବିକ୍ରି କରୁଥିବା କମ୍ପାନୀ ନୋଙ୍ଗଫୁ ସ୍ପ୍ରିଙ୍ଗ୍‌ କୋ ଚୀନ୍‌ର ସବୁଠୁ ବଡ଼ ଇନଭେଷ୍ଟର୍‌ କମ୍ପାନୀ ।

Nalco
Leave A Reply