କନ୍ଧମାଳ ବିଭିନ୍ନ କ୍ୱାରେଣ୍ଟାଇନରୁ ପୁଣି ୧୫ କରୋନା ପଜିଟିଭ୍ ଚିହ୍ନଟ, ସେଥିରୁ ୨ ମହିଳା, ଜିଲାରେ ମୋଟ ପଜିଟିଭ୍ ସଂଖ୍ୟା ୬୭
ଫୁଲବାଣୀ,୧୩/୦୬ ଆଜି କନ୍ଧମାଳ ଜିଲ୍ଲାରୁ ପୁଣି ୧୫ ଜଣ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ୧୫ ଜଣ କରୋନା ପଜିଟିଭ୍ଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୬୭ରେ ପଂହଚିଛି । ଆଜି ଚିହ୍ନଟ ହୋଇଥିବା ରୋଗୀମାନଙ୍କ ମଧ୍ୟରୁ ଦୁଇଜଣ ମହିଳା ହୋଇତôବାବେଳେ ଆଉ ୧୩ ଜଣ ପୁରୁଷ ବୋଲି ହୋଇଥିବା ନେଇ ଆଜି କନ୍ଧମାଳ ଜିଲାପାଳ ଡା.ବୃନ୍ଦା ଡି ଟ୍ୱିଟର ଜରିଆରେ ସୁଚନା ଦେଇଛନ୍ତି ।ଏହି ଆକ୍ରାନ୍ତ ମାନଙ୍କର ବୟସ ୨୦ରୁ ୫୪ ବର୍ଷ ଭିତରେ ରହିଛି । ସେମାନେ ନିକଟରେ ତାମିଲନାଡୁ,କେରଳ,ଆନ୍ଧ୍ରପ୍ରଦେଶ,ମହାରାଷ୍ଟ୍ର,ପଶ୍ଚିମବଙ୍ଗ ଓ ଉତରପ୍ରଦେଶ ସମରତ ୬ଟି ରାଜ୍ୟରୁ ଫେରି ଫୁଲବାଣୀ ସମେତ ଜିଲାରେ ଥିବା ବିଭିନ୍ନ କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିଲେ । ସେମାନଙ୍କର ସ୍ୱାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା ।
ସେମାନଙ୍କର କରୋନା ପଜିଟିଭ ରିପୋର୍ଟ ଆସିବାପରେ ସେମାନଙ୍କୁ କୋଭିଡ-୧୯ ହସପିଟାଲକୁ ସ୍ଥାନାନ୍ତର କରାଯାଇ ସେଠାରେ ସେମାନଙ୍କର ଚିକିସôା କରାଯାଉଥିବା ଜିଲା ପ୍ରଶାସନ ତରଫରୁ ଜଣାପଡିଛି । ଫୁଲବାଣୀରେ କ୍ୱାରେଣ୍ଟାଇନରେ ଥିବା ସଂକ୍ରମିତ ଜଣକ ଗୋଟିଏ ଲର୍ଜିଙ୍ଗରେ ରହୁଥିଲେ । ଏହା ଜଣାପଡିବାପରେ ଉକ୍ତ ଲର୍ଜିଙ୍ଗକୁ ସମ୍ପୁର୍ଣ୍ଣ ଭାବରେ ସାନିଟାଇଜ୍ କରାଯାଇଛି । ତେବେ, ଜିଲାରେ ସଂକ୍ରମିତ ହୋଇଥିବା ରୋଗୀଙ୍କ ମଧ୍ୟରୁ ୨୫ ଜଣ ସୁସ୍ଥ ହୋଇ ସେମାନଙ୍କ ଘରକୁ ଫେରିଲେଣି । ଆଉ ୪୨ ଜଣ କରୋନା ରୋଗୀ କୋଭିଡ-୧୯ ହସ୍ପିଟାଲରେ ବର୍ତମାନ ଚିକିତ୍ସିତ ହେଉଛନ୍ତି । ଆଜିର ୧୫ ଜଣ କରୋନା ରୋଗୀ କୋଭିଡ ହସ୍ପିଟାଲରେ ଚିକିସôିତ ହେଉଛନ୍ତି । ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବାରୁ ଜନସାଧାରଣ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ, ଚିହ୍ନଟ କରୋନା ରୋଗୀ ବିଭିନ୍ନ କ୍ୱାରେଣ୍ଟାଇନରେ ଥିଲେ । ଏଣୁ, ଭୟଭୀତ ନହୋଇ ସତର୍କ ରହିବାପାଇଁ ଜିଲାପାଳ ଟ୍ୱିଟର ଜରିଆରେ ଜିଲାବାସୀଙ୍କୁ ଅନୁରୋଧ କରିଛନ୍ତି ।