Odisha news

ରାଜ୍ୟରେ ଆଉ ୧୩୦ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ

0

ଭୁବନେଶ୍ୱର: ରାଜ୍ୟରେ ଆଉ ୧୩୦ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୧ଟି ଜିଲ୍ଲାରୁ ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କୋରାପୁଟରୁ ୬ଜଣ, ଖୋର୍ଦ୍ଧାରୁ ୨୨ଜଣ, ଯାଜପୁରରୁ ୩ଜଣ, ପୁରୀ, ରାୟଗଡ଼ା ଓ ଜଗତସିଂହପୁରରୁ ଜଣେ ଲେଖାଏ, ଗଜପତିରୁ ୭ଜଣ, ମୟୂରଭଞ୍ଜରୁ ୨୨ଜଣ, କଟକ ୨୩ଜଣ, ଅନୁଗୁଳରୁ ଜଣେ, ବରଗଡ଼ରୁ ୪ଜଣ, ଢେଙ୍କାନାଳରୁ ୨ଜଣ, ବଲାଙ୍ଗିରରରୁ ୩ଜଣ, ଭଦ୍ରକରୁ ୪ଜଣ, କେନ୍ଦୁଝରରୁ ୨ଜଣ, କନ୍ଧମାଳରୁ ୩ଜଣ, କଳାହାଣ୍ଡିରୁ ୩ଜଣ, ଗଞ୍ଜାମରୁ ୧୨ଜଣ, ସୁନ୍ଦରଗଡ଼ରୁ ୭ଜଣ, ସୋନପୁରରୁ ଜଣେ ଓ କେନ୍ଦ୍ରାପଡ଼ାରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ ନୂଆ ୧୩୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୪ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କେସ୍ ୬ ରହିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୦୮କୁ ଛୁଇଁଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧,୧୧୭ ଜଣ ଚିକିତ୍ସାଧୀନ ଥିବାବେଳେ ୧,୪୮୧ ଜଣ ସୁସ୍ଥ ହୋଇଛନ୍ତି। ତେବେ ୮ଜଣଙ୍କ ମୃତ୍ୟୁ ଘଟିଛି। ପୂର୍ବରୁ ୭ଜଣଙ୍କ ମୃତ୍ୟୁ ଘଟିଥିବାବେଳେ କରୋନା ଆକ୍ରାନ୍ତରେ ଆଉ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଆଜି ଏହି ଖବର ସାମ୍ନାକୁ ଆସିଛି। ସେହିପରି ଆଉ ୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି।

Leave A Reply