Odisha news

ଓଡ଼ିଆ ଯୁବକଙ୍କ ଶରୀରେ କରୋନା ଭ୍ୟାକସିନ୍ର ପରୀକ୍ଷା

0

ଲଣ୍ଡନ : ଓଡ଼ିଆ ଯୁବକ ଅଙ୍କର ନାୟକଙ୍କ ଶରୀରେ କରୋନା ଭେକ୍ସିନ୍ର ପରୀକ୍ଷା କରାଯିବ । ଲଣ୍ଡନର ଅକ୍ସୋଫଡ ବିଶ୍ୱବିଦ୍ୟାଳୟ ପକ୍ଷରୁ କରୋନା ଚିକିତ୍ସାପାଇଁ ଉଦ୍ଭାବନ ହୋଇଥିବା ଭ୍ୟାକ୍ସିନ୍ର ପରୀକ୍ଷାମୂଳକ
ପରୀକ୍ଷଣରେ ଏହି ଓଡ଼ିଆ ଯୁବକ ସାମିଲ ହୋଇଛନ୍ତି । ଅଙ୍କର ପେଷାରେ ଜଣେ ସପ୍ଟୱେୟାର ଇଞ୍ଜିନିୟର ଅଟନ୍ତି । ସେ କରୋନା ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିବା ଭ୍ୟାକ୍ସିନର ମଣିଷ ଦେହରେ ପରୀକ୍ଷଣ ପାଇଁ ସ୍ୱେଚ୍ଛାସେବୀ ଭାବେ ସାମିଲ ହୋଇଛନ୍ତି । ଅକ୍ସୋଫର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ଚିହ୍ନିତ ହେଉଥିବା “ଜେନର ଇନିଷ୍ଟିଚୁ୍ୟଟରେ” ଗତ ଶନିବାର ଦିନ ତାଙ୍କ ଶରୀରରେ ଏହି ଭ୍ୟାକ୍ସିନର ପରୀକ୍ଷା କରାଯାଇଛି ।

Leave A Reply