Odisha news

ପରିବା ଓ ତେଜରାତି ଦୋକାନୀ ସୁପରସ୍ପ୍ରେଡର୍‌ !

0

କେନ୍ଦ୍ର ସରକାର କହିଛନ୍ତି ସଉଦା ଦୋକାନୀ ଓ ପରିବା ବିକାଳୀଙ୍କଠାରୁ କରୋନା ସଂକ୍ରମଣ ଆଶଙ୍କା ଅଧିକ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଏମାନଙ୍କ ଜରିଆରେ କରୋନା ସଂକ୍ରମଣ ଅଧିକ ବ୍ୟାପିପାରେ । ଏପରି ସ୍ଥିତିରେ ଏମାନଙ୍କ ଟେଷ୍ଟିଂ ଅଧିକ କରାଯାଉ ବୋଲି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦିଆଯାଇଛି । ଏହାଦ୍ୱାରା ମୃତୁ୍ୟହାର କମ୍‌ ହେବ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଚିବ ରାଜେଶ ଭୂଷଣ ଚିଠି ଲେଖି ଏ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଅକ୍ସିଜେନ୍‌ ସୁବିଧା ଓ କ୍ୱିକ୍‌ ରେସ୍ପନ୍ସ ମେକାନିଜମ୍‌ ଥିବା ଆମ୍ବୁଲାନ୍ସ ଟ୍ରାନ୍ସପୋର୍ଟ ସିଷ୍ଟମ୍‌ ଆବଶ୍ୟକ । ପଜିଟିଭ୍‌ କେସ୍‌ ଜଣାପଡ଼ିବା ପରେ ୭୨ ଘଣ୍ଟା ମଧ୍ୟରେ ଅତିକମ୍‌ରେ ୮୦% କଣ୍ଟାକଫ ଜଣାପଡ଼ିବା ଉଚିତ ଓ ସେମାନଙ୍କୁ କ୍ୱାରାଣ୍ଟିନ୍‌ କରାଯିବା ଦରକାର।

IEC 2 years
Leave A Reply