ବୋରିଗୁମ୍ମା (K.sakil Dora)– ବୋରିଗୁମ୍ମା ପଞ୍ଚାୟତ ସମିତି ସଭା ଗୃହ ଠାରେ କରୋନା ଭାଇରସ ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧକ୍ଷା ବିମଳା ଚାଲାଣ ଙ୍କ ସଭାପତିତ୍ୱ ରେ ଆୟୋଜିତ ସମୀକ୍ଷା ବୈଠକରେ ରାଜ୍ୟ ସରକାରଙ୍କ ବୟନ ଓ ହସ୍ତତନ୍ତ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଯୋଗ ଦେଇଥିଲେ।
ତାଙ୍କ ବକ୍ତବ୍ୟ ରେ ସେ କହିଥିଲେ ଯେ କରୋନା ଭାଇରସ ସଂଗେ ବିଶ୍ୱ ଲଡୁଛି। କରୋନା ଭାଇରସ ର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ସମସ୍ତ ପ୍ରବାସୀ ଓଡ଼ିଆ ମାନଙ୍କ ପାଇଁ କ୍ଵରେନଟାଇନ ଗୃହ ର ବ୍ୟବସ୍ଥା କରାଯାଇଛି। ଏଣୁ ଯେଉଁ ପ୍ରବାସୀ ଓଡ଼ିଆ ଭାଇ ଭଉଣୀ ମାନେ ନିଜ ଅଞ୍ଚଳ କୁ ଆସିବେ ସେମାନଙ୍କୁ ଠିକ ଭାବେ ବ୍ୟବହାର କରିବା ଉଚିତ ବୋଲି କହିଥିଲେ।
ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ସଂସଦ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇ କହିଥିଲେ ଯେ ଦ୍ଵିତୀୟ ବିଶ୍ୱ ଯୁଦ୍ଧରେ ଯେତେ ଲୋକ ମୃତ୍ୟୁ ବରଣ କରିଥିଲେ, ତାହା ଠାରୁ ଅଧିକ କରୋନା ଭାଇରସ ରେ ଆକ୍ରାନ୍ତ ହୋଇ ମୃତୁ ବରଣ କରିଛନ୍ତି। ତେଣୁ କରୋନା କୁ ମୁକାବିଲା କରିବା ପାଇଁ ସରକାର ଙ୍କୁ ସହଯୋଗ କରନ୍ତୁ।
ସେହିଭଳି ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ଦେଇଥିଲେ। ତାଙ୍କ ବକ୍ତବ୍ୟ ସେ କହିଥିଲେ ଯେ କରୋନା କୁ ସରକାର ମହାମାରୀ ରୂପେ ଘୋଷଣା କରିଛନ୍ତି। କରୋନା କୁ ମୁକାବିଲା କରିବା ପାଇଁ ସମସ୍ତେ ଘରେ ରହିବା, ବାହାର କୁ ଗଲେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା।
ବ୍ଲକ ର ସମସ୍ତ କର୍ମଚାରୀ ଙ୍କୁ ସେ ଧନ୍ୟବାଦ ଜଣାଇଥିଲେ। ସେହିପରି ଅନ୍ୟ ସମ୍ମାନିତ ଅତିଥି ଭାବେ ରାଜ୍ୟ ବିହନ ନିଗମ ଅଧକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଓ ଜିଲ୍ଲା ଯୋଜନା ବୋର୍ଡ଼ ଅଧକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପଡାଲ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।
ବିଧାୟକ ତାରାପ୍ରସାଦ ବାହିନୀପତି ମନ୍ତ୍ରୀ ଶ୍ରୀମତୀ ଦିଆନ, ସଂସଦ, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ, ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଓ ସମସ୍ତ ବ୍ଲକ କର୍ମଚାରୀ, ସରପଞ୍ଚ, ପଂଚାୟତ ନିର୍ବାହୀ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧନା କରିବା ସହ ମାସ୍କ ବଣ୍ଟନ କରିଥିଲେ। ବ୍ଲକ ବିଡିଓ ଶ୍ରୀ ପ୍ରଣୟ ରଞ୍ଜନ ବେହେରା ସମୀକ୍ଷା ବୈଠକ ପରିଚାଳନା କରିଥିଲେ।
ସମୀକ୍ଷା ବୈଠକରେ ସାମାଜିକ ଦୂରତା ରକ୍ଷା କରିବା ସମସ୍ତେ ମାସ୍କ ପିନ୍ଧିଥିବା ଦେଖା ଦେଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ରାମଚନ୍ଦ୍ର ପାଢୀ, କେଶବ ପଣ୍ଡା, ମନ୍ତ୍ରୀ ଙ୍କ ପ୍ରତିନିଧି ନରେନ୍ଦ୍ର ବିଶୋଇ, ବିଧାୟକ ପ୍ରତିନିଧି ଅଶୋକ କୁମାର ଗନ୍ତାୟତ , ଜିଲ୍ଲା ପରିଷଦ ସଭ୍ୟ ଏଲ.ନାରାୟଣ ରାଓ, ବ୍ଲକ ର ସମସ୍ତ ସରପଞ୍ଚ, ପଂଚାୟତ ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।