Odisha news

ଓଡ଼ିଶାରେ ପୁଣି ଆଜି ଆଉ ୫୦୫ କରୋନା ଆକ୍ରାନ୍ତ ସୁସ୍ଥ

0

ଭୁବନେଶ୍ୱର: ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ହେଲେ ସୁସ୍ଥ। ଆଉ ୫୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ୯୨୫୫ ସୁସ୍ଥ ହେଲେଣି।

କେଉଁ ଜିଲ୍ଲାରୁ କେତେ:-

ଗଞ୍ଜାମରୁ୨୪୮ ଜଣ ସର୍ବାଧିକ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ରୁ ୭୧, ଖୋର୍ଦ୍ଧାରୁ ୫୨, କଟକରୁ ୪୫, ପୁରୀ-୧୧, ଗଜପତି-୧୦, ନବରଙ୍ଗପୁରରୁ ୯, ଯାଜପୁର ଓ ନୟାଗଡ଼ରୁ ୮ ଲେଖାଏଁ ସୁସ୍ଥ ହୋଇଛନ୍ତି।

ସେହିପରି ଜଗତସିଂହପୁରରୁ ୭, ଭଦ୍ରକ ଓ ଢେଙ୍କାନାଳରୁ ୬ ଲେଖାଏଁ, ଅନୁଗୁଳରୁ ୫, କନ୍ଧମାଳ, କେନ୍ଦ୍ରାପଡ଼ା ଓ କୋରାପୁଟରୁ ୪ ଲେଖାଏଁ, ବରଗଡ଼ ୩, କେନ୍ଦୁଝର ୨, ରାୟଗଡ଼ା ଓ ଝାରସୁଗୁଡ଼ାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

ଓଡ଼ିଶାରେ ଆଉ ୬୧୬ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୨୩ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୬୧୬ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୫ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨୦୧ ରହିଛି।

Nalco
Leave A Reply