ନୂଆପଡା : ନୂଆପଡା ଜିଲ୍ଲାରେ ଶୁକ୍ରବାର ନୂତନ ୨ ଜଣ କୋଭିଡ ପୋଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୨ ଜଣ ପୋଜିଟିଭକୁ ମିଶାଇ ମୋଟ ଜିଲ୍ଲାରେ ୮୦କୁ ବୃଦ୍ଧି ପାଇଛି । ଆଜିର ଆକ୍ରାନ୍ତ ୨ ଜଣ ମହିଳା ହୋଇଥିବା ବେଳେ ୨ ଜଣ ଗର୍ଭବତୀ ଥିବା କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ରାଧାରମଣ ବିଷ୍ଟିଆ ପ୍ରକାଶ କରିଛନ୍ତି । ୨ ଜଣ ମହିଳା ଅସ୍ଥାୟୀ ସଂଘରୋଧ କେନ୍ଦ୍ରରେ ଥିବା ବେଳେ ସେମାନଙ୍କ ଘର ନୂଆପଡା ସଦର ତେଲିପଡା ବୋଲି ଜଣାପଡିଛି । ଉଭୟ ମହିଳା ଉ ର ପ୍ରଦେଶରୁ ଗତ ୧୫ ତାରିଖ ଦିନ ଫେରିଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ ୨୦ ଓ ୨୩ ହେବ ବୋଲି ଜଣାପଡିଛି । ଅନ୍ୟପକ୍ଷରେ ଗତ ଦିନରେ ନୂଆପଡା ଜିଲାରେ ୭୮ ଆକ୍ରାନ୍ତ ସମସ୍ତେ ଆରୋଗ୍ୟ ଲାଭ କରିଥିବା ବେଳେ ବ ର୍ମାନ ୨ ଜଣ ଆକ୍ଟିଭ କେଶ ରହିଥିବା ସୂଚନା ମିଳିଛି ।