Odisha news

କରୋନା ରୋଗୀର ଗୁଟ୍‍ଖା ତଲବ

0

ଦିଲ୍ଲୀର ଏମ୍‍ସ୍‍ ମେଡିକାଲ କଲେଜରେ ଭର୍ତ୍ତି ଜଣେ କରୋନା ରୋଗୀ (୩୫) ଗୁଟ୍‍ଖା ଖାଇବା ପାଇଁ ଆଇସୋଲେସନ୍‍ ଓ୍ୱାର୍ଡରୁ ଫେରାର ହୋଇଯାଇଥିଲେ । ରୋଗୀଙ୍କୁ ଧରି ପୁନଶ୍ଚ ଓ୍ୱାର୍ଡରେ ଭର୍ତ୍ତି କରାଯାଇଛି । ସେ କହିଥିଲେ ପାନ ମସଲା ଅମଳି ଯୋଗୁ ସେ ଏପରି କରିଥିଲେ । ଆଗ୍ରାର ଫତେହାବାଦ ରୋଡ୍‍ ନିବାସୀ ଏହି କରୋନା ରୋଗୀ ଫେରାର ହେବାର ମାତ୍ର ୧୦ ଘଣ୍ଟା ଆଗରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଓ୍ୱାର୍ଡରେ ସେ କିଛି ଲୋକଙ୍କୁ ପାନ ସମଲା ମାଗିଲେ । ନ ମିଳିବାରୁ ଓ୍ୱାର୍ଡରୁ ଲୁଚି ପଳାଇ ଏଣେତେଣେ ଖୋଜିବାକୁ ଲାଗିଲେ । ସେ ମେଡିକାଲରୁ ୩ କିମି ଦୂର ଗାନ୍ଧୀ ନଗରର ଏକ ଦୋକାନରୁ ପାନ ମସଲା ଖାଇବା ପରେ ଶାନ୍ତ ପଡ଼ିଥିଲେ । ଏବେ ତାଙ୍କ ଉପରେ କଡ଼ା ନଜର  ରଖାଯାଇଛି ।

Nalco
Leave A Reply