ହିମାଂଶୁ ଶେଖର ଆଚାର୍ଯ୍ୟ : ପୁଣି ଥରେ ଭୟ ବଢାଇବାରେ ଲାଗିଲାଣି କରୋନା । ଦୀର୍ଘ କିଛିଦିନ ଧରି ଦେଶରେ କରୋନା ସଂକ୍ରମଣ ହାର କମ୍ ରହିଥିବା ବେଳେ ସମସ୍ତେ ଭାବି ନେଇଥିଲେ ଯେ, କରୋନାର ପ୍ରକୋପ କମି ଆସିଲାଣି । କିନ୍ତୁ ଦେଶର କତେକ ଭାଗରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଯୋଗୁଁ ଏବେ ଚିନ୍ତା ବଢିବାରେ ଲାଗିଛି । ବିଶେଷକରି ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ତାମିଲନାଡୁ, ପଞ୍ଜାବ ଓ କେରଳରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରୁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଚିନ୍ତିତ ହୋଇପଡିଛନ୍ତି । ସ୍ଥିତି ଏପରି ହୋଇଛି ଯେ, ମହାରାଷ୍ଟ୍ରର କିଛି ଅଞ୍ଚଳରେ ପୁଣି ଥରେ ଲକ୍ଡାଉନ ଜାରି କରାଯାଇଛି । କରୋନା ସ୍ଥିତି ସମ୍ପର୍କରେ ବିଭିନ୍ନ ପଦାଧିକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରାଇଛନ୍ତି । ମହାରାଷ୍ଟ୍ର କୋଭିଡ ଟାକ୍ସ୍ ଫୋର୍ସ ସଦସ୍ୟ ଡା. ଶଶାଙ୍କ ଯୋଶୀ କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ୨୪୦ ପ୍ରକାରର କରୋନା ଷ୍ଟ୍ରେନ ଦେଖିବାକୁ ମିଳିଛି । ଏହି ନୂଆ ଷ୍ଟ୍ରେନ୍ ହିଁ କରୋନା ସଂକ୍ରମଣ ବୃଦ୍ଧିର ମୁଖ୍ୟ କାରଣ । ଅନ୍ୟପଟେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପୁଣିଥରେ କେତେକ ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଚିନ୍ତା ବଢାଇଛି । ଜନସାଧାରଣଙ୍କ ସହଯୋଗ ମିଳିଲେ ଏହାକୁ ମଧ୍ୟ ପ୍ରତିହତ କରାଯାଇ ପାରିବ ବୋଲି ସେ କହିଛନ୍ତି ।
ଅଦ୍ୟାବଧି ବିଶ୍ୱରେ କରୋନା ମୃତୁ୍ୟ ସଂଖ୍ୟ ୨୪ଲକ୍ଷ ୯୫ହଜାର ୩୩୫ରେ ପହଞ୍ଚିଛି । ତେବେ ବିଶ୍ୱର ମୋଟ ୮କୋଟି ୮୨ ଲକ୍ଷ ୬୬୪ ଜଣ ସୁସ୍ଥ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧କୋଟି ୨୬ ଲକ୍ଷ ୫୧ହଜାର ୫୨୫କୁ ବୃଦ୍ଧି ପାଇଛି । ଆମେରିକାରେ ସର୍ବାଧିକ ଲୋକ କରୋନାରେ ମୃତୁ୍ୟବରଣ କରିଥିବା ସୂଚନା ମିଳିଛି । ଏଠାରେ ୨କୋଟି ୧୯ଲକ୍ଷ ୧୭ହଜାର ୨୨ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି । ଏବେ ଦୀର୍ଘ ଦିନର ପ୍ରତୀକ୍ଷାର ଅବସାନ ଘଟିଛି । କରୋନା କବଳରୁ ରକ୍ଷା ପାଇବା ପାଇଁ ବିଶ୍ୱର ସବୁଠୁ ବଡ ଟୀକାକରଣ କାର୍ଯ୍ୟକ୍ରମ ଆମ ଦେଶରେ ଆରମ୍ଭ ହୋଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଯେ, ୩୦ ଜାନୁଆରୀ ୨୦୨୦ରେ ଭାରତତର ପ୍ରଥମ କରୋନା ମାମଲା ସାମ୍ନାକୁ ଆସିଥିଲା । ପ୍ରାୟ ବର୍ଷକ ପରେ ୨୦୨୧ ଜାନୁଆରୀ ୧୬ରେ ଆରମ୍ଭହେଲା କରୋନା ବିରୋଧରେ ଲଢେଇ । କରୋନା ବିରୋଧରେ ଆରମ୍ଭ ହୋଇଥିବା ଏହି ଲଢେଇରେ ପ୍ରଥମ ଦିନରେ ଟୀକାକରଣ ସଫଳତାର ସହ ଆରମ୍ଭ ହୋଇଥିଲା ବେଳେ ୩୦୫୫୧ ଟି କେନ୍ଦ୍ରରେ ଟୀକା ପ୍ରଦାନ କରାଯାଇଥିଲା । ପ୍ରଥମ ଦିନ ୧,୯୧ ୧୮୧ ଜଣ ହିତାଧିକାରୀ ଟୀକା ନେଇଥିଲେ । ଏହି ଯୋଜନାକୁ ଲୋକାର୍ପଣ କରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ଆମ ଦେଶ ପାଇଁ ଏହା ଏକ ଐତିହାସିକ ଦିବସ । ସେହିପରି ଆମ ରାଜରେ ୧୬୧ଟି ଟୀକା ଦାନ କେନ୍ଦ୍ରରେ ୧୬ହଜାର ୪୦୫ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହୋଇଥିଲେ । ରାଜ୍ୟରେ ପ୍ରଥମ ଦିନରେ ମୋଟ ୧୩ହଜାର ୨୯୨ଜଣ ଲୋକ କରୋନା ଟୀକା ନେଇଥିଲେ ।
ଭାରତରେ ଦୁଇଟି ଟୀକା ପ୍ରସ୍ତୁତ ହୋଇପାରିଛି । ପ୍ରଥମ ପର୍ଯ୍ୟାୟରେ ଦେଶର ୩କୋଟି ସ୍ୱାସ୍ଥ୍ୟସେବା କର୍ମୀ ଓ ଆଗଧାଡିର କର୍ମଚାରୀଙ୍କୁ ଏହି ଟୀକା ମାଗଣାରେ ଯୋଗାଇଦେବାର ବ୍ୟବସ୍ଥା ହୋଇଛି । ପରେ ୫୦ବର୍ଷରୁ ଉଦ୍ଧ୍ୱର୍ ଏବଂ ଅଧିକ ବିପଦ ଥିବା ଲୋକମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟୀକା ଦେବାକୁ ଲକ୍ଷ୍ୟ ରଖାଯାଇଛି ।
ମହାମାରୀ ପାଇଁ ବିଶ୍ୱର ସବୁଠୁ ବଡ ଟୀକକରଣ କାର୍ଯ୍ୟକ୍ରମ ଆମ ଦେଶରେ ଆରମ୍ଭ ହୋଇଛି । ବିଶ୍ୱର ପ୍ରାୟ ୧୦୦ଟି ଦେଶର ଲୋକ ସଂଖ୍ୟ ୩କୋଟି ଥିବା ବେଳେ ଆମ ଦେଶରେ ପ୍ରଥମ ପର୍ଯ୍ୟାୟରେ ୩କୋଟି ଲୋକଙ୍କୁ ଟୀକାକରଣରେ ସାମିଲ କରାଯିବାର ବ୍ୟବସ୍ଥା ହୋଇଛି । ସେହିପରି ବିଶ୍ୱର ପ୍ରାୟ ୩ଟିଦେଶ ଭାରତ, ଚୀନ୍ ଓ ଆମେରିକାର ଲୋକ ସଂଖ୍ୟା ୩୦ କୋଟିରୁ ଉଦ୍ଧ୍ୱର୍ ଥିବା ବେଳେ ଭାରତରେ ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୩୦କୋଟି ଲୋକଙ୍କୁ ଟୀକାକରଣ କରାଯିବ । ଏତେ ବଡଧରଣ ଟୀକାକରଣ କାର୍ଯ୍ୟ ସମ୍ପାଦନ କରିବା କ୍ଷେତ୍ରରେ ଭାରତ ହୋଇଛି ବିଶ୍ୱର ପ୍ରଥମ ରାଷ୍ଟ୍ର । ଏଭଳି ସ୍ତରର ଟୀକାକରଣ ଅଭିଯାନ ବିଶ୍ୱ କେବେ ଦେଖିନାହିଁ ଓ ସାରା ବିଶ୍ୱ ଭାରତର କରୋନା ମୁକାବିଲାକୁ ପ୍ରଶଂସା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ଲଢେଇ ବେଳେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହେଯାଗ ଭୁଲି ହେବନାହିଁ ବୋଲି କହିବା ସହ ସେ ସମସ୍ତଙ୍କ ସୁସ୍ଥତା କମନା କରିଛନ୍ତି । କରୋନା ମହାମାରୀ ପାଇଁ ଟୀକାରୂପକ ମହାକବଚ ଆମ ଦେଶବାସୀଙ୍କୁ ସୁରକ୍ଷା ଦେଇପାରିବ ବୋଲି ଏହି ଆଶା କ୍ରମଶଃ ଉଜ୍ଜ୍ୱଳ ହେବାରେ ଲାଗିଥିଲା ।
ସବୁକିଛି ଠିକ୍ଠାକ୍ ଚାଲିଥିବା ବେଳେ କରୋନାର ନୂଆଷ୍ଟ୍ରେନକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବୃଦ୍ଧି ପାଇଥିବା ବେଳେ ସାଧାରଣରେ ମଧ୍ୟ ଭୟ ସୃଷ୍ଟି ହୋଇଛି । ବିଗତ ୭ଦିନ ମଧ୍ୟରେ ୮୭ହଜାର ୭୧୧ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଗତକାଲି ୧୪ହଜାର୨୬୪ଜଣ କରୋନା କରୋନା ସଂକ୍ରମିତ ହୋଇଛନ୍ତି । ବିଶେଷକରି ମହାରଷ୍ଟ୍ର, କେରଳ, ତାମିଲନାଡୁ, ପଞ୍ଜାବ ଓ ମଧ୍ୟପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ।ଗତ ୨୪ ଘଣ୍ଟାରେ ୮୩ଜଣ ମୃତୁ୍ୟବରଣ କରିଛନ୍ତି । ଏମ୍ସ୍ ନିଦେ୍ର୍ଦଶକ କହିଛନ୍ତି ଯେ, ଦେଶରେ ଯେପର୍ଯ୍ୟନ୍ତ ୮୦ରୁ ଉଦ୍ଧ୍ୱର୍ ପ୍ରତିଶତ ଟୀକାକରଣ ନହୋଇପାରିଛି ସେପର୍ଯ୍ୟନ୍ତ ହାର୍ଡ ଇମୁ୍ୟନିଟ୍ ସୃଷ୍ଟି ହୋଇପାରିବ ନାହିଁ ।
ହାର୍ଡ ଇମୁ୍ୟନିଟ୍ ସୃଷ୍ଟି ନହେବା ଯାଏ କରୋନା ସହ ଲଢିବା କଷ୍ଟକର ହୋଇପଡିବ । ଏକାଧିକ ରାଜ୍ୟରେ କରୋନା ମୁଣ୍ଡବ୍ୟଥାର କାରଣ ସାଜିଥିବା ବେଳେ ଓଡିଶା ସରକାର ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ଗତକାଲି କୋଭିଡ ନିୟମକୁ କଡାକଡି ଭାବେ ପାଳନ କରାଯିବାକୁ ନିଦେ୍ର୍ଦଶ ଦିଆଯାଇଛି । ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣକରାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଶେଖର ଷଡଙ୍ଗୀ କହିଛନ୍ତି । ଏତଦ୍ବ୍ୟତୀତ ମାଇକ୍ ଯୋଗେ ଲୋକଙ୍କୁ ଅବଗତ କରାଇ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ପଞ୍ଜିକୃତ ହୋଇଥିବା ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାମାନେ ଟୀକା ନେବା ପାଇଁ ଅନିଚ୍ଛା ପ୍ରକାଶ କରୁଥିବାରୁ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ବିନା କାରଣରେ ଟୀକା ନେଇନଥିବା ବ୍ୟକ୍ତି ସଂକ୍ରମିତ ହେଲେ
