ଜିଲାରେ ଦୃତ ଗତିରେ ବଢୁଛି କରୋନା : ଆଜି କନ୍ଧମାଳ ଜିଲାରେ ପୁଣି ଆଉ ୧୩ ଜଣ କରୋନା ପଜିଟିଭ ଚିହ୍ନଟ , ମୋଟ ସଂକ୍ରମିତ ୨୬୮
ଫୁଲବାଣୀ : ଆଜି କନ୍ଧମାଳ ଜିଲାରେ ପୁଣି ଆଉ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣପଡିଛି । ଏହି ୧୩ ଜଣଙ୍କୁ ମିଶାଇ ଜିଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬୮ରେ ପହଂଚିଛି । ଆଜି ସୁଦ୍ଧା ଜିଲାରେ ଜଣେ ରୋଗୀଙ୍କର ମୃତୁ୍ୟ ଘଟିଥିବାବେଳେ ୧୯୯ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିର ସଂକ୍ରମିତଙ୍କୁ ମିଶାଇ କୋଭିଡ ହସପିଟାଲରେ ଆଉ ୬୮ ଜଣ ଚିକିସôିତ ହେଉଥିବା ଜଣାପଡିଛି । ଆଜି ଚିହ୍ନଟ ହୋଇଥିବା ୧୩ ଜଣଙ୍କ ମଧ୍ୟରୁ ଫୁଲବାଣୀର ଜଣେ ଓ.ଏ.ଏସ ଅଧିକାରୀ,ଜଣେ କନେଷ୍ଟବଲ ଏବଂ ଆଉଜଣେ ଷ୍ଟାଫ ନର୍ସଙ୍କୁ ମିଶାଇ ୩ଜଣ ରହିଥିବାବେଳେ ଘୁ.ଉଦୟଗିରିର ୩ ଜଣ,ଖଜୁରିପଡାର ୩ ଜଣ,ରାଇକିଆର ୩ଜଣ ଏବଂ ବାଲିଗୁଡାର ଜଣେ କରୋନା ସଂକ୍ରମିତ ରହିଛନ୍ତି ।
ସେମାନଙ୍କ ମଧ୍ୟରୁ ୩ ଜଣ କରୋନା ଯୋଦ୍ଧା ହୋଇଥିବା ନେଇ କନ୍ଧମାଳ ଜିଲାପାଳ ଡା.ବୃନ୍ଦା ଡି ଟ୍ୱିଟ ଯୋଗେ ଏହି ସୁଚନା ଦେଇଛନ୍ତି । ତେବେ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଦୃତ ଗତିରେ ବୃଦ୍ଧି ପାଉଥିବାରୁ ଫୁଲବାଣୀ ଓ ବାଲିଗୁଡା ସହରାଂଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି ଏହି ଅଂଚଳର ଲୋକଙ୍କୁ ଯେକୌଣସି ପରିସ୍ଥିତିରେ ମଧ୍ୟ ଘରୁ ନବାହାରିବାକୁ କୁହାଯାଇଛି । । ଏହି ଦୁଇଟି ଅଂଚଳ ବ୍ୟତୀତ ଜିଲାରେ ଥିବା ଅନ୍ୟ ଅଂଚଳର ଜନସାଧାରଣଙ୍କୁ ସେମାନଙ୍କର ଘରେ ରହିବା ସହିତ ଅତି ଜରୁରୀ ପଡିଲେ ଘରୁ ବାହାରିବାକୁ କୁହାଯାଇଛି । ଘରୁ ବାହାରିବାବେଳେ ମୁହଁରେ ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୁରତା ବଜାୟ ରଖି ଯାତାୟାତ କରିବାକୁ ପରାମର୍ଶ ଦେଇଛନ୍ତି ଜିଲାପାଳ ।