ନୟାଗଡ଼ : ନୟାଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ଥମିବା ନା ଧରୁନି । ଇତିମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଁ ୩୦୬ ରେ ପହଞ୍ଚିଛି । ବର୍ତ୍ତମାନ ସମୟରେ ସଂଗରୋଧ କେନ୍ଦ୍ର ଅପେକ୍ଷ୍ୟା ଗୋଷ୍ଠୀ ସଂକ୍ରମଣ ଅଧିକ ଦେଖା ଯାଉଥିବାରୁ ପରିସ୍ଥିତି ଅଧିକ ଚିନ୍ତାଜନକ ହୋଇଛି ।
ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ ଗୋଷ୍ଠୀ ସଂକ୍ରମଣ ବୃଦ୍ଧି ପାଉଛି । ଜିଲ୍ଲାରେ ମୋଟ ସଂକ୍ରମଣ ୩୦୬ ହୋଇଥିବା ବେଳେ କରୋନା ଭୂତାଣୁ ଗୋଷ୍ଠୀ ସଂକ୍ରମଣ ଚିନ୍ତାର କାରଣ ପାଲଟିଛି । ଗତ ଦୁଇ ଦିନର ତଥ୍ୟ ମୁତାବକ ଜିଲ୍ଲାରେ ୩୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୯ଜଣ ମହିଳା ଓ ୨୨ ପୁରୁଷ ଅଛନ୍ତି । ଏ ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧ କେନ୍ଦ୍ରରେ ୪ଜଣ ରହି ଥିବାବେଳେ ୨୭ ଜଣ ବାହ୍ୟ ସଂକ୍ରମଣ ଜନିତ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଆକ୍ରାନ୍ତଙ୍କ ଭିତରୁ କେତେକ ଭୁବନେଶ୍ୱରରେ ରହୁଥିବା ଅବସ୍ଥାରେ ସଂକ୍ରମଣ ଶିକାର ହୋଇଥିବା ସୂଚନା ମିଳିଛି । ତାଛଡା ବୁଧବାର ତଥ୍ୟ ଅନୁଯାୟୀ ୧୫ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ନୂଆଗାଁ ବ୍ଲକ ବାହାଡ଼ାଝୋଲା ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସେହିପରି ଗୁରୁବାର ରିପୋର୍ଟରେ ୧୬ଜଣ ଆକ୍ରାନ୍ତଙ୍କ ମଧ୍ୟରେ ରଣପୁର ଞ୍ଚଳରୁ ସର୍ବାଧିକ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦଶପଲ୍ଲାର ୪ଜଣ ମହିଳା ଗୋଷ୍ଠୀ ସଂକ୍ରମଣର ଶିକାର ହୋଇଥିବା ଚିନ୍ତାର କାରଣ ହୋଇଛି । ଏପରି ଅବସ୍ଥା ଲାଗି ରହିଲେ ଅଗକୁ ପରିସ୍ଥିତି ଅଧିକ ଜଟିଳ ହୋଇ ପଡ଼ିବା ଅନେକ ମତ ଦେଇଛନ୍ତି ।
