Odisha news

ଆଜି ମାଲକାନଗିରି ଜିଲ୍ଲାରେ ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ : ମାଲକାନଗିରି ଜିଲ୍ଲାରେ କରୋନା ସଂଖ୍ଯା ୧୯୫ କୁ ବୃଦ୍ଧି

0
ମାଲକାନଗିରି:୧୪.୭.୨୦୨୦ : ମାଲକାନଗିରି  ଜିଲ୍ଲାରେ ଦୈନନ୍ଦିନ କରୋନା ସଂକ୍ରମିତଙ୍କ ସଂଖ୍ଯା ବୃଦ୍ଧି ପାଉଛି l ଆଜି ନୂତନ ଭାବେ ୧୧ ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି l ଫଳରେ ମାଲକାନଗିରି ଜିଲ୍ଲାରେ କରୋନା ସଂଖ୍ଯା ୧୯୫ରେ ପହଞ୍ଚିଛି l
ଆଜି ୧୧ ଜଣଙ୍କ ମଧ୍ଯରେ କାଲିମେଳାରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛି,ଯିଏ କି କୌଣସି କରୋନା ରୋଗୀଙ୍କର ସଂସ୍ପର୍ଶରେ ଆସିଛନ୍ତି l ସେହିପରି ମାଥିଲି ସବ ଡିଭିଜାଲ ହସପିଟାଲରେ ୩ ଜଣ  ସ୍ବାସ୍ଥ୍ଯକର୍ମଚାରୀ ସଂକ୍ରମିତ ହୋଉଛନ୍ତି l
ମାଲକାନଗିରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ୨ ଜଣ ସେବାଯୋଗାଉଥିବା ବ୍ଯକ୍ତି ବିଶେଷ କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ଅନ୍ଯ ୨ ଜଣ ରୋଗୀଙ୍କ ନକଟତର ହୋଇ ସଂକ୍ରମିତ ହୋଇଛନ୍ତି l ମାଲକାନଗିରି ପୌରାଞ୍ଚଳରେ ୩ ଜଣ ସଂକ୍ରମିତ ହୋଇଛନ୍ତି l ମାଲକାନଗିରି ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ଯା ୧୯୫ ମଧ୍ଯରୁ ୧୦୭ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ କୋଭିଡ ହସପିଟାଲରେ ୮୮ ଜଣ ଚିକିତ୍ସାଧିନ ଅଛନ୍ତି
Nalco
Leave A Reply